କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମିଳିଲା ଆଉ ଏକ ସଫଳତା, ଜିତିଲେ ଫୁଟବଲ ଦୁନିଆର ସମ୍ମାନଜନକ ‘ଗୋଲଡେନ ଫୁଟ୍ ୨୦୨୦ ଆୱାର୍ଡ’

ଫୁଟବଲ ଜଗତର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମିଳିଛି ଆଉ ଏକ ସଫଳତା। ଫୁଟବଲ ଦୁନିଆର ସମ୍ମାନଜନକ ଗୋଲଡେନ୍ ଫୁଟ୍ ୨୦୨୦ ଆଓ୍ବାର୍ଡ ପାଇଛନ୍ତି ରୋନାଲ୍ଡୋ। ଫୁଟବଲ ମଇଦାନରେ ଭଲ ପ୍ରଦର୍ଶନ ଓ ଉତ୍ତମ ସ୍ବଭାବ ପାଇଁ ସେ ଏହି ଆୱାର୍ଡ ମିଳିଛି। ସେ ୧୮ ତମ ଖେଳାଳି ଭାବେ ଏହି ଆଓ୍ବାର୍ଡର ବିଜେତା ହୋଇଛନ୍ତି।

ରୋନାଲ୍ଡୋ UEFA ଚାମ୍ପିଆନ୍ ଲିଗରେ ଦମଦାର ପ୍ରଦର୍ଶନ କରି ଗ୍ରୁପ୍-ଜିରେ ଜୁଭେନଟସ୍ ଦଳକୁ ଟପରେ ପହଁଞ୍ଚାଇଥିଲେ। ସେ ୪୪ଟି ମ୍ୟାଚ୍ ଖେଳି ୪୪ଟି ଗୋଲ କରି ଦଳକୁ ଚମ୍ପିଆନ୍ କରିଥିଲେ। ଏହାପରେ ବିଶ୍ବବାସୀ ଗୋଲଡେନ୍ ଫୁଟ୍ ଆଓ୍ବାର୍ଡ ପାଇଁ ରୋନାଲ୍ଡୋଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ । ଏହି ପୁରସ୍କାର ପାଇବା ପରେ ଟ୍ବିଟ୍ କରି ନିଜର ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିକଟରେ ପାର୍ମା ବିପକ୍ଷରେ ଗୋଲ୍ ସ୍କୋର କରି ଓମାର ସିଭୋରିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ।

ଗୋଲଡେନ୍ ଫୁଟ୍ ଆଓ୍ବାର୍ଡ ହେଉଛି ଏକ ଅନ୍ତର୍ଜାତୀୟ ପୁରସ୍କାର। ଏହି ପୁରସ୍କାର ସେହି ଖେଳାଳିମାନଙ୍କୁ ଦିଆଯାଇଥାଏ ଯେଉଁମାନେ ଖେଳରେ ସଫଳ ପ୍ରଦର୍ଶନ କରିବା ସହ ମଇଦାନରେ ଭଲ ସ୍ବଭାବ ପ୍ରଦର୍ଶନ କରିଥାନ୍ତି। ସୂଚନାଥାଉକି, ୨୦୧୯ ମସିହାରେ ଫୁଟବଲ ଖେଳାଳି ଲୁକା ମୋଡରିକ୍, ୨୦୧୮ ମସିହାରେ ଇଣ୍ଡିନସନ୍ କାଭାନି ଏହି ପୁରସ୍କାର ହାତେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.