Below header

ବାହନଗା ଟ୍ରେନ ଟ୍ରାଜେଡି: ସେକ୍ସନ ଜେଇ ଅମୀର ଖାନଙ୍କ ଘରୁ ମିଳିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ, ୬ ଘଣ୍ଟା ଧରି ଛାନଭିନ କରିଥିଲା ସିବିଆଇ

ବାହାନଗା ଟ୍ରେନ ଟ୍ରାଜେଡି ଘଟଣା ରେ ବାହାନଗା ସିଗନାଲ ଦାୟିତ୍ୱରେ ଥିବା ରେଲୱେ ସେକ୍ସନ ଜେଇ ଅମୀର ଖାନଙ୍କର ସୋର କମରପୁର ଠାରେ ଥିବା ଭଡା ଘରେ ଗତକାଲି ଦିନ ୧୦ ଘଟିକା ସମୟରେ ସିବିଆଇର ଏକ ୬ ଜଣିଆ ଟିମ ଘରକୁ ସିଲ କରିଥିଲେ। 

ସୋର(.କେନ୍ୟୁଜ୍): ୬ରୁ ଉର୍ଦ୍ଧ ଘଣ୍ଟା ପରେ ଘରୁ ବାହାରିଲେ ସିବିଆଇ ଟିମ ।  ବାହାନଗା ଟ୍ରେନ ଟ୍ରାଜେଡି ଘଟଣା ରେ ବାହାନଗା ସିଗନାଲ ଦାୟିତ୍ୱରେ ଥିବା ରେଲୱେ ସେକ୍ସନ ଜେଇ ଅମୀର ଖାନଙ୍କର ସୋର କମରପୁର ଠାରେ ଥିବା ଭଡା ଘରେ ଗତକାଲି ଦିନ ୧୦ ଘଟିକା ସମୟରେ ସିବିଆଇର ଏକ ୬ ଜଣିଆ ଟିମ ଘରକୁ ସିଲ କରିଥିଲେ।

ଆଜି ୧୦ ଘଟିକା ସମୟରେ ସିବିଆଇ ଜେଇ ଅମୀର ଖାନକୁ ସାଙ୍ଗରେ ଆଣି ଘର ସିଲ ଖୋଲିବା ସହିତ ଘର ଭିତରେ ଦୀର୍ଘ ୬ ଘଣ୍ଟା ଧରି ଛାନଭିନ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ଜବତ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି, ଅମୀରକୁ ପୁଣି ସିବିଆଇ ସାଙ୍ଗରେ ନେଇ ଯାଇଥିବା ସହିତ ସିବିଆଇକୁ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.