ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଦୁର୍ଘଟଣା; କୋଠାର ବାଲ୍‌କୋନୀ ଭୁଶୁଡ଼ି ଜଣେ ମୃତ, ୨୫ ଆହତ

ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଦରିଆପୁରର କରିୟାନାକା ରାସ୍ତାରେ ରଥ ଯାଉଥିବା ବେଳେ ଏକ ତିନି ମହଲା କୋଠାର ବାଲକୋନୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା।

ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଦରିଆପୁରର କରିୟାନାକା ରାସ୍ତାରେ ରଥ ଯାଉଥିବା ବେଳେ ଏକ ତିନି ମହଲା କୋଠାର ବାଲକୋନୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଦୁର୍ଘଟଣା ସମୟରେ ବାଲକୋନୀରେ ଅନେକ ଲୋକ ଥିଲେ। ତୃତୀୟ ମହଲାର ବାଲକୋନୀ ଭୁଶୁଡ଼ି ପଡ଼ିବା ଦେଖି ଦ୍ୱିତୀୟ ମହଲାରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଦୁର୍ଘଟଣା ପରେ ରିଲିଫ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ଚିକିତ୍ସା ସମୟରେ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଦୁର୍ଘଟଣାସ୍ଥଳରୁ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଜାରି ରହିଛି।

ଦରିଆପୁର ଅହମ୍ମଦାବାଦର ଏକ ପୁରାତନ ଅଞ୍ଚଳ। ଯେଉଁ ବିଲ୍ଡିଂର ବାଲକୋନୀ ଭୁଶୁଡ଼ିଛି, ତାହା ମଧ୍ୟ ବହୁ ପୁରୁଣା। ଏହାକୁ ନୋଟିସ ଜାରି କରାଯାଇଥିଲା। ଏହାସତ୍ତ୍ୱେ ବାଲକୋନୀରେ ଛିଡ଼ା ହୋଇ ଅନେକ ଲୋକ ରଥଯାତ୍ରା ଦେଖୁଥିଲେ।

ଏହି ଦୁର୍ଘଟଣାରେ ମୋଟ ୨୫ ଜଣ ଆହତ ହୋଇଛନ୍ତି। ୧୮ ଜଣଙ୍କୁ ସିଭିଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ବେଳେ ୭ ଜଣଙ୍କୁ ବିଏପିଏସ୍‌ ଡାକ୍ତରଖାନା ନିଆଯାଇଥିଲା। ହେଲେ ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.