ଭାରତର ୭ଟି କଫ୍‌ ସିରପ୍‌ ବ୍ୟାନ୍‌ କଲା WHO; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ନକଲି ଔଷଧକୁ କଦାପି ବରଦାସ୍ତ କରାଯିବ ନାହିଁ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଭାରତର ୭ଟି କଫ୍‌ ସିରପ୍‌ ଉତ୍ପାଦନକାରୀ କମ୍ପାନୀକୁ ବ୍ୟାନ୍‌ କରିଦେଇଛି। ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସାରା ବିଶ୍ୱରେ ୩୦୦ ଲୋକଙ୍କ ମୃତ୍ୟୁ ପାଇଁ ସଙ୍ଗଠନ ସେମାନଙ୍କୁ ଦାୟୀ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଭାରତର ୭ଟି କଫ୍‌ ସିରପ୍‌ ଉତ୍ପାଦନକାରୀ କମ୍ପାନୀକୁ ବ୍ୟାନ୍‌ କରିଦେଇଛି। ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସାରା ବିଶ୍ୱରେ ୩୦୦ ଲୋକଙ୍କ ମୃତ୍ୟୁ ପାଇଁ ସଙ୍ଗଠନ ସେମାନଙ୍କୁ ଦାୟୀ କରିଛି।

ସେପଟେ ଏହି ମାମଲାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ନକଲି ଔଷଧ ଉପରେ ‘no tolerance’ ନୀତି ରହିଛି। ଔଷଧର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଭାବେ ବିପଦ ଆଧାରିତ ବିଶ୍ଳେଷଣ କରାଯାଉଛି। ଭାରତ ନକଲି ଔଷଧକୁ କଦାପି ବରଦାସ୍ତ କରିବ ନାହିଁ। ଏଥିଯୋଗୁ ଯେପରି କାହାର ମୃତ୍ୟୁ ନ ହେବ, ସେଥିପାଇଁ ଆମେ ସର୍ବଦା ସଚେତନ ରହିଛୁ।

ଅନ୍ୟପକ୍ଷରେ WHO ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁର କାରଣ ଏହି କଫ୍‌ ସିରପ୍‌କୁ ହିଁ ଦର୍ଶାଇଛି। କମ୍ପାନୀ ଏବଂ ନିୟାମକ କର୍ତ୍ତୃପକ୍ଷ ଏହି କମ୍ପାନୀଗୁଡିକର ଯାଞ୍ଚ କରୁଛନ୍ତି।

WHO ଭାରତ ଏବଂ ଇଣ୍ଡୋନେସିଆରେ କଫ୍‌ ସିରପ୍‌ ଓ ଭିଟାମିନ୍ ପ୍ରସ୍ତୁତକାରୀ ୨୦ଟି କମ୍ପାନୀର ଯାଞ୍ଚ କରୁଛି। ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି, ଔଷଧଗୁଡ଼ିକର ବିସ୍ତୃତ ବିଶ୍ଳେଷଣରୁ ଜଣାପଡିଛି ଯେ ଏଥିରେ ଥିବା ଡାୟଥିଲିନ୍‌ ଗ୍ଲାଇକଲ୍ ଏବଂ ଏଥିଲିନ୍‌ ଗ୍ଲାଇକଲ୍‌ର ମାତ୍ରା ଗ୍ରହଣୀୟ ନୁହେଁ। ଗାମ୍ବିଆରେ ୪ କଫ୍‌ ସିରପ୍‌ରେ ଦୂଷିତ ପଦାର୍ଥ ମିଳିବା କାରଣରୁ ଏହା ବିରୋଧରେ ସତର୍କତା ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.