ଆନ୍ଧ୍ର ପ୍ରଦେଶ: ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ, ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କୁ ଗିରଫ କଲା ପୋଲିସ

ଆନ୍ଧ୍ର ପ୍ରଦେଶରେ ଜଣେ ନାବାଳିକା ଯୌନ ଶୋଷଣର ଶିକାର ହୋଇଛନ୍ତି। ନାବାଳିକା ଜଣକ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଦିଶା ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦାୟର କରିଛନ୍ତି।

ଆନ୍ଧ୍ର ପ୍ରଦେଶରେ ଜଣେ ନାବାଳିକା ଯୌନ ଶୋଷଣର ଶିକାର ହୋଇଛନ୍ତି। ନାବାଳିକା ଜଣକ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଦିଶା ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦାୟର କରିଛନ୍ତି। ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁସାରେ, ପୂର୍ଣ୍ଣାନନ୍ଦ ତାଙ୍କୁ ଆଶ୍ରମରେ ଅସଦାଚରଣ କରିଥିଲେ। ବାରମ୍ବାର ତାଙ୍କୁ ଯୌନ ଶୋଷଣ କରିବା ସହ ଦୁଷ୍କର୍ମ କରିଥିଲେ।

ଘଟଣା ବିଷୟରେ ବର୍ଣ୍ଣନା କରି ନାବାଳିକା କହିଛନ୍ତି, ସ୍ୱାମୀ ପୂର୍ଣ୍ଣାନନ୍ଦ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ପୋଲିସ ପୀଡିତାଙ୍କ ଅଭିଯୋଗ କ୍ରମେ ପୂର୍ଣ୍ଣାନନ୍ଦଙ୍କୁ ଗିରଫ କରିଛି। ପୋଲିସ ସୂଚନା ମୁତାବକ, ନାବାଳିକା ୨୦୧୬ରୁ ଆଶ୍ରମରେ ରହି ଆସୁଥିଲେ। ଜୁନ୍ ୧୩ରେ ହଠାତ୍ ସେ ଆଶ୍ରମରୁ ନିଖୋଜ ହୋଇ ଯାଇଥିଲେ।

ଏହାପରେ ପୋଲିସ ଏକ ନିଖୋଜ ମାମଲା ପଞ୍ଜୀକୃତ କରି ଜୁନ୍ ୧୫ରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଏହା ପୂର୍ବରୁ ମଧ୍ୟ ୨୦୧୨ରେ ସ୍ୱାମୀ ପୂର୍ଣ୍ଣାନନ୍ଦଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା।

ପୋଲିସ ଆହୁରି ମଧ୍ୟ କହିଛି ଯେ ଆଶ୍ରମରେ ୧୨ ଜଣ ପିଲା ରହୁଛନ୍ତି, ସେଥିମଧ୍ୟରୁ ୪ ଜଣ ହେଉଛନ୍ତି ବାଳିକା। ୬୪ ବର୍ଷୀୟ ସ୍ୱାମୀ ପୂର୍ଣ୍ଣାନନ୍ଦ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି। ସେ ଡବଲ୍ ମାଷ୍ଟର, ବିଏଡ୍‌ ସହ ଆଇନ ପାଠ ପଢ଼ିଛନ୍ତି। ଏହା ସତ୍ତ୍ୱେ ନାବାଳିକାଙ୍କୁ ଅସଦାଚରଣ କରିବାରେ ସେ ଅଭିଯୁକ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.