ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ପ୍ରଭାବରେ ମୌସୁମୀ କରିବ ପ୍ରବେଶ

୨୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ୨୩ ତାରିଖରେ ସଂପୃକ୍ତ କ୍ଷେତ୍ରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ।

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ୨୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ୨୩ ତାରିଖରେ ସଂପୃକ୍ତ କ୍ଷେତ୍ରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ।

ଏଥିପାଇଁ ପାଣିପାଗ ଅନୁକୂଳ ରହିଛି । ଲଘୁଚାପ ଖୁବ ଶୀଘ୍ର ଆଗକୁ ଗତି କରି ଓଡ଼ିଶା ସମେତ ଦେଶର କେନ୍ଦ୍ରୀୟ ଭାଗକୁ ମୁହାଁଇବ । ଏହାର ପ୍ରଭାବରେ ମୌସୁମୀ ପ୍ରବେଶ ତ୍ୱରାନ୍ଵିତ ହେବ। କେନ୍ଦ୍ରୀୟ ଓ ପଶ୍ଚିମ ଭାରତରେ ମୌସୁମୀ ପ୍ରବେଶ ସହଳ ହେବ ବୋଲି ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.