Below header

ଆସନ୍ତା ୧୫ରୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା, ଗୁଜବରୁ ଦୂରେଇ ରହିବାକୁ ବୋର୍ଡ ଜାରି କଲା ଆଲର୍ଟ

ଆସନ୍ତା ୧୫ରୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଏହା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଗୁଜବରୁ ଦୂରେଇ ରହିବାକୁ ସିବିଏସଇ ଜାରି କଲା ପବ୍ଲିକ ଆଲର୍ଟ । ଗୁଜବାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ।

କଟକ (କେନ୍ୟୁଜ): ଆସନ୍ତା ୧୫ରୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା । ଏହା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଗୁଜବରୁ ଦୂରେଇ ରହିବାକୁ ସିବିଏସଇ ଜାରି କଲା ପବ୍ଲିକ ଆଲର୍ଟ । ଗୁଜବାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ସୁରୁଖୁରରେ ପରୀକ୍ଷା ପରିଚାଳନା ପାଇଁ ସିବିଏସଇ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ପରୀକ୍ଷା ବେଳେ କିଛି ଖଳବ୍ୟକ୍ତି ପ୍ରଶ୍ନପତ୍ର ଭାଇରାଲ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ କରିଥାନ୍ତି । ସେମାନଙ୍କ ନିକଟରେ ପ୍ରଶ୍ନପତ୍ର ଥିବା ଦାବି କରିଥାନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରନ୍ତି । ହେଲେ ଅଧିକାଂଶ ସମୟରେ ଏହି ପ୍ରଶ୍ନପତ୍ର ନକଲି ଥାଏ । ଲୋକଙ୍କୁ ଠକିବା ଥାଏ ଖଳ ଳୋକଙ୍କ ଉଦ୍ଦେଶ୍ୟ ।

ପ୍ରଶ୍ନପତ୍ର ଥିବା ଦାବି କରି ଲୋକଙ୍କଠୁ ସେମାନେ ଟଙ୍କା ଆଦାୟ କରିଥାଆନ୍ତି । ଏପରି ଫେକ୍ ନ୍ୟୁଜ ଓ ଗୁଜବ ବିରୋଧରେ ସଚେତନ ରହିବାକୁ ଅପିଲ କରିଛି ସିବିଏସଇ । ପ୍ରଶ୍ନପତ୍ର ଲିକ ନେଇ ମିଛ ଖବର ପ୍ରଚାର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏପରି ଗୁଜବକୁ ବିଶ୍ବାସ ନ କରିବାକୁ କୁହାଯାଇଛି । ପ୍ରଶ୍ନପତ୍ର ପ୍ରଘଟ ସଂପର୍କିତ ଖବର ନଜରକୁ ଆସିଲେ ସିବିଏସଇକୁ ଇମେଲ ଆଇଡି info. [email protected]ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.