ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ଗଜପତି ଜ଼ିଲ୍ଲା ମୋହନା ଥାନା ସଉରାସାହି ଗ୍ରାମ ନିକଟସ୍ଥ ଏକ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ଛତ୍ରପୁର - ଗଞ୍ଜା ଅଞ୍ଚଳର ରଞ୍ଜନ ମହାରଣା ବୋଲି ଜଣାପଡିଛି ।

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଥାନା ସଉରାସାହି ଗ୍ରାମ ନିକଟସ୍ଥ ଏକ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ଛତ୍ରପୁର – ଗଞ୍ଜା ଅଞ୍ଚଳର ରଞ୍ଜନ ମହାରଣା ବୋଲି ଜଣାପଡିଛି।
ସୂଚନା ପ୍ରକାରେ ପୂର୍ଵରୁ ରଞ୍ଜନଙ୍କ ପରିବାର ମୋହନାରେ ରହୁଥିଲେ । ବର୍ତ୍ତମାନ କିଛି ଦିନ ଧରି ରଞ୍ଜନ ମୋହନା ବୁଲିବା ପାଇଁ ଆସିବା ଆସି ଏଠାରେ ରହୁଥିଲେ । ତେଵେ ମଙ୍ଗଳବାର ଅଠରନଳା ପୋଲ ନିକଟରେ କିଛି ଲୋକ ନିଶାଶକ୍ତ ଅବସ୍ଥାରେ ରଞ୍ଜନ ଙ୍କୁ ଦେଖିଥିଲେ । ଅପରାହ୍ନ ସମୟରେ ସଉରାସାହି ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଛି । ମୋହନା ପୋଲିସ ମୃତଦେହ ଜବତ କରିବା ସହ ରଞ୍ଜନଙ୍କ ପରିବାର ବର୍ଗଙ୍କୁ ସୂଚନା ଦେଇଛି । ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।