ପଶ୍ଚିମବଙ୍ଗ: ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ କ୍ରାସ୍‌

ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଶ୍ଚିମ ମିଦାନାପୁରରେ କଲାଇକୁଣ୍ଡା ଏୟାର ବେସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପଶ୍ଚିମ ମିଦାନାପୁରରେ କଲାଇକୁଣ୍ଡା ଏୟାର ବେସ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି । ମଙ୍ଗଳବାର ବାୟୁସେନାର ତାଲିମ ସମୟରେ ଡାଏସା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଅପରାହ୍ନ ସାଢ଼େ ୩ଟା ବେଳେ ଦୁର୍ଘଟଣା ଘଟିଥିଲା । ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ପଡ଼ିଯାଇଥିଲା । ଏହି ବିମାନ ଦୁର୍ଘଟଣା ହେତୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ପାରାଚ୍ୟୁଟ୍ ଯୋଗୁ ବାୟୁସେନା ପାଇଲଟଙ୍କ ଜୀବନ ରକ୍ଷା ପାଇଯାଇଛି ।

ସୂଚନାଥାଉ କି, ୨୦୨୩ ଡିସେମ୍ବରରେ ତେଲେଙ୍ଗାନାର ମେଡକ ଜିଲ୍ଲାରେ ମଧ୍ୟ ଭାରତୀୟ ବାୟୁସେନାର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡିଣ୍ଡିଗୁଲସ୍ଥିତ ବାୟୁସେନା ଏକାଡେମୀ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଜଣେ କ୍ୟାଡେଟ୍ ପାଇଲଟ୍ ଏବଂ ଜଣେ ଟ୍ରେନର ଥିଲେ ।

ଗତ ବର୍ଷ ଜୁନ୍‌ରେ ମଧ୍ୟ ଆଇଏଏଫ୍‌ର ଏକ କିରଣ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ସୌଭାଗ୍ୟର କଥା, ଏଥିରେ ଥିବା ଉଭୟ ପାଇଲଟ୍ ପାରାଚ୍ୟୁଟ୍ କାରଣରୁ ନିଜର ଜୀବନ ରକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.