ରାଜ୍ୟବାସୀଙ୍କୁ ସରକାରଙ୍କ ବଡ଼ ଭେଟି, କମିଲା ବିଜୁଳି ଦର

ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା । ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି ।

ଭୁବନେଶ୍ୱର (କେନ୍ୟୁଜ୍‌) : ସାରା ରାଜ୍ୟର ବିଦ୍ୟୁତ୍‌ ଗ୍ରହାକଙ୍କୁୁ ବଡ଼ ଆଶ୍ୱସ୍ତି । ଗ୍ରୀଷ୍ମ ଆସିବା ପୂର୍ବରୁ କମିଲା ବିଜଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା । ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି ।

ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମା ଯାଇଛି । ଆହୁରି ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ସରକାର ବଢ଼ାଇବେ ନାହିଁ । ବିଦ୍ୟୁତ ଦର ସମ୍ପର୍କରେ ଗତ ୧୫ ଦିନ ଧରି ଓଇଆରସିରେ ଶୁଣାଣି ଚାଲିଥିଲା । ଶେଷରେ ବିଦ୍ୟୁତ୍‌ ଦର କମାଇବା ପାଇଁ ନିଷ୍ପତ୍ତି ହୋଇଛି ।

ପ୍ରତି ସ୍ଲାବରେ କମିଲା ୧୦ ପଇସା । BPL ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ହ୍ରାସ କରିଛନ୍ତି ରାଜ୍ୟ ସରକାର । ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଲା । ଇ-ପେମେଣ୍ଟରେ ବିଲ୍‌ ପିଛା ମିଳିବ ୧୦ ଟଙ୍କା ରିହାତି । ପ୍ରିପେଡ ମିଟରଧାରୀଙ୍କୁ ମିଳିବ ୪% ରିହାତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.