Below header

ଦିଗପହଣ୍ଡି ବସ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତଙ୍କୁ ୩୦ ହଜାର ଟଙ୍କା, ଘଟଣାସ୍ଥଳକୁ ଯାଇଛି ଜଏଣ୍ଟ ଟିମ୍‌

ଦିଗପହଣ୍ଡି ଭୟଙ୍କର ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଉଛି ଜଏଣ୍ଟ ଟିମ୍‌।  ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ପରେ SOP ଅନୁଯାୟୀ ଘଟଣାସ୍ଥଳକୁ ଯାଉଛି ଏକ ଜଏଣ୍ଟ ଟିମ୍‌। ଦୁର୍ଘଟଣାର କାରଣ କଣ ଅନୁଧ୍ୟାନ କରିବ ଟିମ୍‌।

ଦିଗପହଣ୍ଡି ଭୟଙ୍କର ବସ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି । ଦୁର୍ଘଟଣାସ୍ଥଳକୁ ଯାଉଛି ଜଏଣ୍ଟ ଟିମ୍‌।  ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ପରେ SOP ଅନୁଯାୟୀ ଘଟଣାସ୍ଥଳକୁ ଯାଉଛି ଏକ ଜଏଣ୍ଟ ଟିମ୍‌। ଦୁର୍ଘଟଣାର କାରଣ କଣ ଅନୁଧ୍ୟାନ କରିବ ଟିମ୍‌।

ଏହାପରେ ବିସ୍ତତ ରିପୋର୍ଟ ଦେବ। ଟିମ୍‌ରେ ପରିବହନ ବିଭାଗ, ପୋଲିସ ଓ କନସଲଣ୍ଟାଣ୍ଟ ଥିବା ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ବୀମା କମ୍ପାନୀ ସହ OSRTC ଯୋଗାଯୋଗ କରିଛି। ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲିଥିବା ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି। SRC ଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ପ୍ରତି ଆହତଙ୍କୁ ୩0 ହଜାର ଟଙ୍କା ଚିକିତ୍ସା ସହାୟତା ଦେବାକୁ ଘୋଷଣା କରାଯାଇଛି  ।

ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଜଗି ବସିଥିଲା ଯମ। ଆଉ ମାତ୍ର କିଛି ମିନିଟ୍‌ ପରେ ଘରେ ପହଞ୍ଚିଥାନ୍ତେ। ହେଲେ କାଳ ସାଜିଲା ବସ୍‌ ଦୁର୍ଘଟଣା। ଅଧାରେ ମିଳେଇଗଲା ହସଖୁସି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଓ ଘରୋଇ ବସ୍‌ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଖଣ୍ଡଦେଉଳି ଗାଁର ୧୨ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ଥିବା ସୂଚନା ମିଳିଛିା ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ମୃତକଙ୍କ ମଧ୍ୟରେ ୬ଜଣ ପୁରୁଷ, ୪ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡିଛି। ବାହାଘର ସରିଥିଲା । କନ୍ୟାଯାତ୍ରୀମାନେ ବରଘରକୁ ଆସିଥିଲେ ଭୋଜି ପାଇଁ ।

ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି କନ୍ୟାଯାତ୍ରୀ ଏକ ବସ୍‌ରେ ଖଣ୍ଡଦେଉଳି ଫେରୁଥିଲେ । ଏହି ସମୟରେ OSRTC ବସ୍‌ଟି ରାୟଗଡ଼ା ଗୁଡ଼ାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆମ୍ବୁଲାନ୍‌ସ ଓ ଦମକଳ ଗାଡ଼ି ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍‌ପି ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାରେ ଦୁଇଟି ବସ୍‌ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ମୃତକଙ୍କ ମଧ୍ୟରେ ବିଧାୟିକା ଲତିକା ପ୍ରଧାନ, ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କର ସମ୍ପର୍କୀୟ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.