CDPO ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଝାଡଖଣ୍ଡ ଲୋକସେବା ଆୟୋଗ ପକ୍ଷରୁ ସିଡିପିଓ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।

ଝାଡଖଣ୍ଡ ଲୋକସେବା ଆୟୋଗ ପକ୍ଷରୁ ବାଲ ବିକାଶ ପରିଯୋଜନା ଅଧିକାରୀ(ସିଡିପିଓ)ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଇଚ୍ଛୁକ ପ୍ରାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିବା ଲାଗି jpsc.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ଧାର୍ଯ୍ୟ କରାଯାଇଛି ।

ପଦବୀ ବିବରଣୀ : ୬୪

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୨ ବର୍ଷରୁ ୪୭ ବର୍ଷ ଯାଏଁ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପ୍ରାରମ୍ଭିକ ଏବଂ ଲିଖିତ ପରୀକ୍ଷା ଆଧାରରେ ହେବ ।

ଦରମା : ପ୍ରାର୍ଥୀଙ୍କୁ ମାସିକ ପିବି-୨ ୯୩୦୦-୩୪୮୦୦ ଗ୍ରେଡ ପେ ୫୪୦୦ ଟଙ୍କା ମିଳିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ  ଥିବା ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://drive.google.com/file/d/1CXcOq09m8mO3B3U-_xgrU1PSpjyuTnW0/view?pli=1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.