ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ୱାମୀ ମୃତ,

ବାଇକ୍‌ କୁ ଧକ୍କା ଦେଲା , ଅଜଣା ଗାଡ଼ି । ଫଳରେ ବାଇକ୍‌ ଚାଳାଉଥିବା ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ , ସେଥିରେ ବସିଥିବା ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ଭଂଜନଗର ନିକଟରେ ଘଟିଛି ଏଭଳି ଘଟଣା ।

ଭଂଜନଗର(କେନ୍ୟୁଜ):  ବାଇକ୍‌ କୁ ଧକ୍କା ଦେଲା , ଅଜଣା ଗାଡ଼ି । ଫଳରେ ବାଇକ୍‌ ଚାଳାଉଥିବା ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ , ସେଥିରେ ବସିଥିବା ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ଭଂଜନଗର ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କନ୍ଧମାଳ ଜିଲ୍ଲା , ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ଗାଁ ର ରଞ୍ଜିତ କୁମାର ପ୍ରଧାନ ।

ରଞ୍ଜିତ କୌଣସି କାମରେ , ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁକୁ ସ୍ତ୍ରୀ ଙ୍କ ସହ ବାଇକ୍‌ ରେ ଆସି , ନିଜ ଗାଁ ମଣ୍ଡାକିଆ କୁ ଫେରୁଥିବା ବେଳେ ଭଂଜନଗର ନିକଟରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌ କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରୁ , ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆହତ ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର , ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ଭଂଜନଗର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.