Below header

ଉତ୍ସବମୁଖର ସମ୍ବଲପୁର: ଆଉ କେଇ ଘଣ୍ଟାର ପ୍ରତୀକ୍ଷା ପରେ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଏକର ପରିମିତ ସ୍ଥାନରେ ରହିଛି ମାଆ ସମଲେଇଙ୍କ ଭବ୍ୟ ପ୍ରକଳ୍ପ । ପରିକ୍ରମା ପ୍ରକଳ୍ପ ସୃଷ୍ଟି କରୁଛି ରାଜପ୍ରାସାଦର ଭ୍ରମ । ପୂରା ଯଜ୍ଞ ମଣ୍ଡପକୁ ସମ୍ବଲପୁରୀ ଡିଜାଇନରେ ସଜାଯାଇଛି ।

ସମ୍ବଲପୁର (କେନ୍ୟୁଜ): ଝଲସୁଛି ସମଲେଇ କ୍ଷେତ୍ର । ଐତିହାସିକ ରୂପାନ୍ତରର ଶ୍ରେଷ୍ଠ ପ୍ରତୀକ । ଉତ୍ସବମୁଖର ସମ୍ବଲପୁର  । ଆଉ ମାତ୍ର କେଇ ଘଣ୍ଟାର ପ୍ରତୀକ୍ଷା  । ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଏକର ପରିମିତ ସ୍ଥାନରେ ରହିଛି ମାଆ ସମଲେଇଙ୍କ ଭବ୍ୟ ପ୍ରକଳ୍ପ। ପରିକ୍ରମା ପ୍ରକଳ୍ପ ସୃଷ୍ଟି କରୁଛି ରାଜପ୍ରାସାଦର ଭ୍ରମ । ପୂରା ଯଜ୍ଞ ମଣ୍ଡପକୁ ସମ୍ବଲପୁରୀ ଡିଜାଇନରେ ସଜାଯାଇଛି । ମୁଖ୍ୟ ଯଜ୍ଞ ମଣ୍ଡପକୁ ଛାଡି ପ୍ରକଳ୍ପ ଭିତରେ ରହିଛି ଆଉ ୪ ଟି ଯଜ୍ଞ ସ୍ଥଳ । ଯେଉଁଥିରେ ପ୍ରାୟ ୩୦ ଜଣ ପଣ୍ଡିତ ଯଜ୍ଞ କରିବେ l ଆଜି ଦିନ ୮ଟା ୩୦ରେ ଯଜ୍ଞ ଆରମ୍ଭ ହେବ ।

୩୧ ତାରିଖ ଯାଏ ହୋମଯଜ୍ଞ ଅନୁଷ୍ଠିତ ହେବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ସେ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପୂଜା କରାଯିବ । ସୁରକ୍ଷା ପାଇଁ ୩୫ ପ୍ଲାଟୁନ ଫୋର୍ସ ଓ ୧୫୦ ପୋଲିସ ଅଫିସର ନିୟୋଜିତ ରହିବେ । ପଶ୍ଚିମ ଓଡ଼ିଶାର୧୧ ଜିଲ୍ଲାର ବଛା ବଛା ଅଫିସର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଆଜି ସକାଳୁ ଅପରାହଣ ୨ଟା ଯାଏ ସମଲେଶ୍ବରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ପ୍ରସିଦ୍ଧ ପୀଠ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.