ଥରାଉଛି ଜାଡ଼: ରାଜ୍ୟରେ ପୁଣି ଜାରି ରହିଛି ଶୀତ ଲହରୀ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପୁଣି ଥରାଉଛି ଶୀତ। ରାଜ୍ୟରେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଶୀତ ଲହରୀ ଚେତାବନୀ । ସେପଟେ ପୁଣି ୩ ଡିଗ୍ରୀ ସେଲସିୟସକୁ ଖସିଛି ଶିମିଳିପାଳର ତାପମାତ୍ରା । ୫ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରରେ ଅଧିକ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଥରାଉଛି ଶୀତ। ରାଜ୍ୟରେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଶୀତ ଲହରୀ ଚେତାବନୀ । ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଛି ଶୁଷ୍କ ଥଣ୍ଡା ପବନ। ଏହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଶୀତ ଶୀତଲହରୀ ସମ୍ଭାବନା ରହିଛି।

ସେପଟେ ପୁଣି ୩ ଡିଗ୍ରୀ ସେଲସିୟସକୁ ଖସିଛି ଶିମିଳିପାଳର ତାପମାତ୍ରା । ୫ ଜିଲ୍ଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରରେ ଅଧିକ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସର୍ବନିମ୍ନ ତାପମାତ୍ରା ଅତି କମରେ ୧୦ଡିଗ୍ରୀ ପର୍ଯ୍ଯନ୍ତ କମ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗୁରୁଚାପ ବଳୟ ପ୍ରଭାବ କମିବା ସହ ପାଗରେ ପରିବର୍ତ୍ତନ ଦେଖାଯାଇଛି । ଶୀତ ସାଙ୍ଗକୁ କୁହୁଡ଼ି ଯୋଗୁ ବିଭିନ୍ନ ସ୍ଥାନରେ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି । ୧୬ ଜିଲ୍ଲାକୁ କୁହୁଡି ପାଇଁ ଚେତାବନୀ ଜାରି ହୋଇଛି । ରାଜ୍ୟରେ ଆଗାମୀ ୬ ଦିନ ଯାଏ ପାଗ ଶୁଖିଲା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.