Below header

ପିକନିକ ଯିବା ବେଳେ ଅଘଟଣ : ବସକୁ ଧକ୍କା ଦେଲା ଟ୍ରକ, ୩ ମୃତ, ୫ରୁ ଅଧିକ ଆହତ

ପିକନିକ ବସକୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ୩ ମୃତ, ୫ରୁ ଅଧିକ ଆହତ । ନୟାଗଡ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ଦଶପଲ୍ଲା (କେନ୍ୟୁଜ): ପିକନିକ ବସକୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ୩ ମୃତ, ୫ରୁ ଅଧିକ ଆହତ । ନୟାଗଡ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦଶପଲ୍ଲାର ଟ୍ୟୁଟୋରିଆଲର ଛାତ୍ରଛାତ୍ରୀଙ୍କୁ ନେଇ ବସ ଦଶପଲ୍ଲାରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ ସହିତ ମୁହାମୁହିଁ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ଓ ଦମକଳ ବାହୀନି ପହଞ୍ଚି ସ୍ଥାନୀୟବାସିଙ୍କ ସହାୟତାରେ ଆହତଙ୍କୁ ଦଶପଲ୍ଲା ହସ୍ପାଟାଲରେ ଭର୍ତ୍ତି କରିଥିଲା । ତେବେ ୨ ଜଣକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.