Below header

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଘରୁ ଲୁଟ୍, ବାହାର ପଟୁ ତାଲା ପକାଇ ନେଇଗଲେ ୨୦ ଭରିର ସୁନା ଗହଣା

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଘରୁ ଲୁଟ୍ । ଭୁବନେଶ୍ବର ଉପକଣ୍ଠ ନହରକଣ୍ଟା ବସୁନ୍ଧରା କଲୋନୀର ଲୁଟ୍ ହୋଇଛି । ଘରେ ପଶି ଘର ଲୋକଙ୍କୁ ବାହାର ପଟୁ ତାଲା ପକାଇ ୨୦ ଭରି ସୁନା ଅଳଙ୍କାର ଲୁଟ୍ ଫେରାର ହୋଇଯାଇଛନ୍ତି ଲୁଟେରା ।

ଭୁବନେଶ୍ବର (କେନ୍ୟୁଜ): ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ଘରୁ ଲୁଟ୍ ।  ଭୁବନେଶ୍ବର ଉପକଣ୍ଠ ନହରକଣ୍ଟା ବସୁନ୍ଧରା କଲୋନୀର ଲୁଟ୍ ହୋଇଛି ।  ଘରେ ପଶି ଘର ଲୋକଙ୍କୁ ବାହାର ପଟୁ ତାଲା ପକାଇ ୨୦ ଭରି ସୁନା ଅଳଙ୍କାର ଲୁଟ୍ ଫେରାର ହୋଇଯାଇଛନ୍ତି ଲୁଟେରା । ଏନେଇ ପାହାଳ ଥାନାରେ ଅଭିଯୋଗ କରାଯାଇଛି ।  ଅଭିଯୋଗ ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ୍ ।

ଗତ ୧୬ ତାରିଖରେ ପାହାଳ ଥାନା ଅନ୍ତର୍ଗତ ମିଲେନିୟମ ସିଟିରେ ଶିରିଜ୍ ଲୁଟ୍ ହେବାର ସପ୍ତାହ ପରେ ପୁଣି ବସୁନ୍ଧରା କଲୋନୀରେ ଏପରି ଲୁଟ୍ ପୋଲିସ୍ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.