Below header

ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ କର ବନ୍ଦ, କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟ ଶାସନ ସଚିବ

କେନ୍ୟୁଜ୍(ବ୍ୟୁରୋ):  ଛତିଶଗଡ଼ରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ ବନ୍ଦ ପାଇଁ ଚିଠି । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖିଲେ ଓଡ଼ିଶା ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଛତିଶଗଡ଼-ଓଡ଼ିଶା ମଧ୍ୟରେ ଯାତାୟତ କରୁଥିବା ସ୍ୱତନ୍ତ୍ର ଟ୍ରେନଗୁଡ଼ିକୁ ବନ୍ଦ କରିବା ପାଇଁ ଉଲ୍ଲେଖ କରାଯାଇଛି । ଅତି କମରେ ୧୫ ଦିନ ଟ୍ରେନ ଯାତାୟତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।

ଏବେ ଦୁଇ ରାଜ୍ୟ ମଧ୍ୟରେ ୧୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରୁଛି । ଛତିଶଗଡ଼ରେ ଏବେ ସଂକ୍ରମଣ ଉପରମୁହାଁ । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଟ୍ରେନ୍‌ ଚଳାଚଳ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.