କଟକର ସ୍ଵରେଜ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯାନୁଷ୍ଠାନ: ଦୁଇ ଇଞ୍ଜିନିୟରଙ୍କ ବଦଳି ସହ JE ନିଲମ୍ବିତ, ଥାନାରେ ମାମଲା

କେନ୍ୟୁଜ୍(ବ୍ୟୁରୋ):  ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି  ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିବା ସହ ଦାୟିତ୍ୱରେ  ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ ଘଟଣାର ଆଜି ତଦନ୍ତ କରାଯାଇ PHEOର Executive Engineer ତଥା ଓ୍ୱାଟକୋ ଜିଏମ ଶ୍ରୀ ସୁଶାନ୍ତ ଘଡେଇ ,ଏସଡିଓ ଓ ଜି.ଏମ ଓ୍ୱାଟକୋ ଶ୍ରୀ ସୁବାସ ରାଉତଙ୍କୁ ବଦଳି କରାଯାଇଛି । ଏହା ସହ ଜୁନିୟର ଇଞ୍ଜିନିୟର ଶ୍ରୀ ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି ।

କେବଳ ସେତିକି ନୁହେଁ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ  ସର୍ଭିସ ପ୍ରୋଭାଇଡ଼ର ଶ୍ରୀ ଦୀପକ ନାୟକଙ୍କ ବିରୁଦ୍ଧରେ CMC ପଷରୁ ଥାନାରେ  FIR ଦିଆଯାଇଛି ।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦେବାର ଘୋଷଣା କରିଛନ୍ତି ।ଏହି ଘଟଣାରେ ଆହତ  ହୋଇ  ଚିକିତ୍ସିତ ହେଉଥିବା ଡି, ଶିବାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.