Below header

କେବଳ ୨ଟି ସାର୍ଟ ପାଇଁ ଏହି ବ୍ୟକ୍ତିକୁ ହେଲା ୨୦ ବର୍ଷ ଜେଲ୍‌ ଦଣ୍ଡ

କାଲିଫର୍ଣ୍ଣିଆ : ବେଳେ ବେଳେ ବଡ଼ ବଡ଼ ଅପରାଧ ପାଇଁ ବ୍ୟକ୍ତି ଖସି ଯାଉଥିବାବେଳେ ସାମାନ୍ୟ ଛୋଟ ଭୁଲ୍‌ ପାଇଁ ବହୁତ ବଡ଼ ଦଣ୍ଡ ମିଳିଥାଏ । ଏମିତି ଏକ ଘଟଣା ଘଟିଛି ଆମେରିକାର କାଲିଫର୍ଣ୍ଣିଆ ସହରରେ । ଜଣେ ବ୍ୟକ୍ତି ମାତ୍ର ୨ ଟି ସାର୍ଟ ଚୋରି କରିଥିବାରୁ ତାକୁ ୨୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି ।

shirts
photo credit: craftsy

ଘଟଣାଟି ଘଟିଛି ଏହିପରି । ୨୦୦୦ ମସିହାରେ ଫ୍ରାଙ୍କ୍‌ ନାମକ ଜଣେ ୬୭ ବର୍ଷ ବୟସ୍କ ବ୍ୟକ୍ତି ଦୁଇଟି ସାର୍ଟ ଚୋରି କରିଥିଲା । ପୋଲିସ ଫ୍ରାଙ୍କକୁ ଗିରଫ କରିବା ବେଳେ ତା’ ପାଖରେ ଥିବା ଦୁଇଟି ସାର୍ଟର ମୂଲ୍ୟ ଥିଲା ମାତ୍ର ୫୦୦ ଡଲାରରୁ କମ୍‌ । ଫଳରେ ଫ୍ରାଙ୍କ୍‌କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା ।

ସୂଚନାନୁଯାୟୀ, ସେତେବେଳର ନିୟମ ଅନୁଯାୟୀ ଲୁସିଆନାରେ ୫୦୦ ଡଲାରରୁ କମ୍‌ ମୂଲ୍ୟର ସାମଗ୍ରୀ ଚୋରି କଲେ ୨୩ ବର୍ଷର ଦଣ୍ଡ ବିଧାନ ଥିଲା । ତେଣୁ କୋର୍ଟ ଏହି ମାମଲାର ବିଚାର କରି ତାକୁ ୨୦ ବର୍ଷ ଦଣ୍ଡ ବିଧାନ କରିଥିଲେ ।ତେବେ ‘ଦି ଇନୋସେନ୍ସ ପ୍ରୋଜେକ୍ଟ’ର ଉଦ୍ୟମ ହେତୁ ତାଙ୍କୁ ମୁକ୍ତ କରାଯାଇଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.