Below header

କୂଅରୁ ଯମଜ ଶିଶୁଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ପଛରେ ମା’ର ସମ୍ପୃକ୍ତି ଥିବା ସନ୍ଦେହ

କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଥାନାରେ ମା' ଅଟକ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତର ମୁଣ୍ଡାଢ଼ିପ ସାହିରୁ ଗତକାଲି କୂଅ ଭିତରୁ ଦୁଇ ଶିଶୁଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ହତ୍ୟା ସନ୍ଦେହ ବଢ଼ିଛି ।

ଅନୁଗୁଳ (କେନ୍ୟୁଜ): କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର ଘଟଣାରେ ତନାଘନା ତଦନ୍ତ । ଥାନାରେ ମା’ ଅଟକ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତର ମୁଣ୍ଡାଢ଼ିପ ସାହିରୁ ଗତକାଲି କୂଅ ଭିତରୁ ଦୁଇ ଶିଶୁଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ହତ୍ୟା ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏଭଳି ଜଘନ୍ୟକାଣ୍ଡ ଘଟାଇଲା ? ସନ୍ଦେହରେ ମାଆ ତପସ୍ବିନୀ ସାହୁଙ୍କୁ ବନ୍ତଳା ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଅନ୍ୟପଟେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ପିଲାଙ୍କର ପୋଷ୍ଟମର୍ଟମନ କରାଯାଚି । ଗତକାଲି ଘର ପଛ ପଟରେ ଥିବା କୂଅରୁ ଯାଆଁଳା ଭାଇ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକମାନେ ହେଲେ ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଯମଜ ଶିଶୁ ।

ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍ନରେ କୌଣସି କାମରେ ପଡ଼ୋଶୀ ଘରକୁ ଯାଇଥିଲେ ତପସ୍ୱିନୀ । କିଛି ସମୟ ପରେ ଘରକୁ ଆସି ଦୁଇ ଛୁଆଙ୍କୁ ପାଇ ନଥିଲେ। ଖୋଜାଖୋଜି କରିବା ପରେ ଘର ପଛପଟେ ଥିବା କୂଅ ଭିତରେ ଜଣେ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ କୂଅରୁ ମିଳିଥିଲା ଅନ୍ୟ ଶିଶୁର ମୃତଦେହ । ତେବେ କିଏ ଓ କାହିଁକି ଏଭଳି ଅମାନବୀୟ କାଣ୍ଡ ଘଟାଇଲା ଏବେ ବି ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.