Below header

ସ୍ମାର୍ଟ କ୍ଲାସ ରୁମ୍‌ରେ ପରିବର୍ତ୍ତନ ହେବ ଶ୍ରେଣୀଗୃହ: ହଟିବ ବ୍ଲାକ ବୋର୍ଡ ଲାଗିବ LED,ଆଜି ୧୦ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ। ଗଞ୍ଜାମ ଜିଲ୍ଲା ଶେରଗଡ ଓ ହିଞ୍ଜିଳକାଟୁର ୫ଟି ଲେଖାଏଁ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ଲୋକାର୍ପଣ ହେବ । ୫ଟି ପର୍ଯ୍ୟାୟରେ ୧୦ଟି ଲେଖାଏ ସ୍କୁଲ ଲୋକାର୍ପଣ କରାଯିବ । କାର୍ଯ୍ୟକ୍ରମରେ ରାଜ୍ୟର ୨୦ଜଣ ମନ୍ତ୍ରୀଙ୍କ ସମେତ ୧୦୮ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ଗଞ୍ଜାମ ଗସ୍ତରେ ଯିବେ ୧୦୮ ବିଧାୟକ ଓ ବିଧାୟିକା । ଆଜି ତାମ୍ପରାରେ ପହଂଚିଛନ୍ତି ୨୩ ବିଧାୟକ ଓ ବିଧାୟିକା । ଗୋଟିଏ ସ୍କୁଲରେ ୨ଜଣ ଲେଖାଏଁ ବିଧାୟକ ଯୋଗଦେଇ ପଞ୍ଚାୟତ ପ୍ରତିନିଧି, ସ୍କୁଲ ମନିଟରିଂ କମିଟି, ଶିକ୍ଷକ ଓ ପିଲାମାନଙ୍କ ସହ ଆଲୋଚନା କରିବେ ।

ସ୍ମାର୍ଟ ସ୍କୁଲ ରୂପାନ୍ତରୀକରଣ ପାଇଁ ପ୍ରତି ହାଇସ୍କୁଲକୁ ସିଏସ୍‌ଆର୍‌ ବା କର୍ପୋରେଟ୍‌ ସୋସିଆଲ ରେସପନସିବିଲିଟି ପାଣ୍ଠିରୁ ୧୫ ଲକ୍ଷ ଓ ମୋ ସ୍କୁଲ ପାଣ୍ଠିରୁ ୩୦ଲକ୍ଷ ଲେଖାଏ ଅନୁଦାନ ମଞ୍ଜୁର ହୋଇଥିଲା। ଏହାସହ ପଂଚାୟତ ଓ ବ୍ଲକ ପାଣ୍ଠି ବିନିଯୋଗ ହୋଇଛି। କ୍ଲାସରୁମ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା କରାଯିବ । ବ୍ଲାକବୋର୍ଡ ପରିବର୍ତ୍ତେ ଏଲ୍‌ଇଡି ଓ ହ୍ଵାଇଟ୍‌ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଗୁଡିକର ଲୋକାର୍ପଣ ପୂର୍ବରୁ ଗଞ୍ଜାମ ଜିଲ୍ଲା ଗସ୍ତ କରି 5ଟି ସଚିବ ସ୍କୁଲର ଭିତ୍ତିଭୂମି ତଦାରଖ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.