Below header

ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO, ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO। ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ଘଟଣାଦିନ କ’ଣ ହୋଇଥିଲା, କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ । ସେନେଇ ତଥ୍ୟ ଓଗାରିବେ ତଦନ୍ତକାରୀ ଅଧିକାରୀ। ସୌମ୍ୟ ମୃତ୍ୟୁ ମାମଲାରେ ଦିନକୁ ଦିନ ତଦନ୍ତରେ ମିଳୁଛି ନୂଆ ନୂଆ ସୁରାକ । ଗତ ୭ ଦିନ ଧରି ମାରାଥନ୍‌ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌।

ଗତକାଲି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରାଯାଇଛି । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ଦିନ ସାଢ଼େ ୧୦ଟାରୁ ଅପରାହ୍‌ଣ ୨ଟା ଯାଏ ନାନା ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଅଧିକାରୀ । ଘଟଣାଦିନ ରାତିରେ ସୌମ୍ୟଙ୍କ ବାସଭବନକୁ କାହିଁକି ଯାଇଥିଲେ ? ନମୁନା ସଂଗ୍ରହରେ ଭାଗ ନେଇଥିଲେ କି ?ସୌମ୍ୟଙ୍କୁ ଆଣୁଥିବା ଆମ୍ବୁଲାନ୍ସକୁ ବାଟରେ ଅଟକାଇଥିଲେ କି? ସେଦିନ ସେ ପାରଳାଖେମୁଣ୍ଡି ହସ୍ପିଟାଲକୁ କାହିଁକି ଆସିଥିଲେ ? ବିଦ୍ୟାଭାରତୀ ତାଙ୍କୁ ଫୋନ୍‌ କରି ଡାକିଥିଲେ କି ? ଏମିତି ଅନେକ ପ୍ରଶ୍ନ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରିଥିବା ସୂଚନା ମିଳିଛି ।

ପାରଳାଖେମୁଣ୍ଡିରେ ତଦନ୍ତ ପରେ ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଟିମ୍‌ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଗାଁକୁ ଯିବ । ସେହିପରି ବାଲେଶ୍ୱର ଜିଲ୍ଲା ଖଇରାରେ ସୌମ୍ୟଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.