Below header

ତାଲିବାନକୁ ଜୋ ବାଇଡେନଙ୍କ ଚେତାବନୀ, ଆକ୍ରମଣ କଲେ ଦିଆଯିବ କଡ଼ା ଜବାବ

ଆମେରିକା: ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ଦ୍ୱିତୀୟ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆଫଗାନିସ୍ତାନରୁ ୧୮ ହଜାର ଆମେରିକୀୟଙ୍କୁ ଉଦ୍ଧାର କରାଯାଇଛି । କାବୁଲ୍‌ରେ ୬ ହଜାର ସୈନିକ ମହଜୁଦ୍‌ ଅଛନ୍ତି । କାବୁଲ୍‌ ଏୟାରପୋର୍ଟ ସମ୍ପୂର୍ଣ୍ଣ ଆମେରିକା ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ବାଇଡେନ । ଆଫିଗାନିସ୍ତାନର କିଛି ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଏବେ ସୁଦ୍ଧା ଆଫଗାନିସ୍ତାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆମେରିକା ସେନା ଉପରକୁ ଆକ୍ରମଣ ବରଦାସ୍ତ କରାଯିବ ନାହିଁ । ୨୦ ବର୍ଷ ଧରି ଆଫଗାନିସ୍ତାନ ସହ କାମ କରି ଆସିଛୁ । ତାଲିବାନ୍‌ ସହ ଲଗାତର ଭାବେ ସମ୍ପର୍କରେ ରହିଛୁ । ଆଗାମୀ ଦିନରେ ଆଫଗାନିସ୍ତାନ ସ୍ଥିତିର ଚୂଡାନ୍ତ ରୂପରେଖ କଣ ହେବ, ସେ ସମ୍ପର୍କରେ କିଛି ବି ପ୍ରତିଶ୍ରୁତି ଦେଇ ହେବ ନାହିଁ ବୋଲି ବାଇଡେନ୍‌ କହିଛନ୍ତି । କାବୁଲ ବିମାନବନ୍ଦରର ସ୍ଥିତି, ଇତିହାସରେ ବିରଳ ବୋଲି ବାଇଡେନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.