ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୦ ଘଣ୍ଟା ଧରି ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଚାଲିବ । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (RUSA) ଅର୍ଥ ବିନିଯୋଗ ନେଇ ଆଲୋଚନା ଚାଲିଛି । ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କେତେ ଟଙ୍କା ଆସିଛି, କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ତଥ୍ୟ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ । ବୈଠକରେ ରାଜ୍ୟ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଉପସ୍ଥିତ ଅଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ଏବଂ ପରେ ଗଣଶିକ୍ଷା ବିଭାଗ ଉପରେ ଆଲୋଚନା ହେବ । ସେହିଭଳି ଅପରାହ୍ନରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ସିବିଏସଇ ମୁଖ୍ୟଙ୍କ ସହ ସମୀକ୍ଷା କରିବେ ଧର୍ମେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.