Below header

ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କ ଓ ଏଟିଏମରେ ସୁରକ୍ଷା କର୍ମୀ ମୁତୟନ ଓ  ସିସିଟିଭି ଆଲାର୍ମ  ମରାମତି କର,ବ୍ୟାଙ୍କ ଅଧିକାରୀଙ୍କୁ ସିପିଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ବିିଭିନ୍ନ ବ୍ୟାଙ୍କ ଓ ଏଟିଏମ ଲୁଟ ନେଇ ବ୍ୟାଙ୍କ ଅଧିକାରୀଙ୍କ ସହ ପୋଲିସ କମିସନରଙ୍କ ଆଲୋଚନା। ଭୁବନେଶ୍ୱର ପୋଲିସ କମିସନରେଟରେ ଥିବା ୧୯ଟି ଘରୋଇ ଓ ଜାତୀୟ ବ୍ୟାଙ୍କର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ବ୍ୟାଙ୍କ ଓ ଏଟିଏମରେ ସୁରକ୍ଷା କର୍ମୀ ମୁତୟନ, ସିସିଟିଭି ମରାମତି ସହ ଆଲାର୍ମ ଠିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

bank

ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ଠିକ କରାନଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ କମିସନର କହିଛନ୍ତି। ସେପଟେ ବ୍ୟାଙ୍କମାନଙ୍କ ପକ୍ଷରୁ କୁହାଯାଇଛି, ପୋଲିସ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ। ପୋଲିସ ସମସ୍ତ କ୍ଷେତ୍ରରେ ସହଯୋଗ କରୁଛି। କମିସନରେଟ ପୋଲିସ ଦ୍ୱାରା ଜାରି ଏସଓପି ପଳନ କରାଯିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.