ହାଇଦ୍ରାବାଦ: ବଞ୍ଜାରା ହିଲ୍ସରେ ଭାସିଗଲା ଦେଢ଼ କିଲୋ ସୁନା ବ୍ୟାଗ

ହାଇଦ୍ରାବାଦରେ ଲାଗିରହିଥିବା ଅର୍ନଗଳ ବର୍ଷା ଯୋଗୁଁ ଦେଢ଼ କିଲୋ ସୁନାର ଅଳଙ୍କାର ଭରା ବ୍ୟାଗ ପାଣିରେ ବୋହିଯିବାର ଅଭିଯୋଗ ଆସିଛି । ଅକ୍ଟୋବର ୯ ତାରିଖରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଏହି ଘଟଣା ଘଟିଥିବାର ଅଳଙ୍କାର ଦୋକାନୀ ଦାବି କରିଛନ୍ତି।ଉକ୍ତ ବଣିଆର ଅଭିଯୋଗ କ୍ରମେ ପୋଲିସ ଏକ ଚୋରି ମାମଲା ରଜ୍ଜୁ କରି ଏହାର ତଦନ୍ତ ଆରମ୍ଭ କରିଛି ।

ତେବେ ବସିରବାଗ ସ୍ଥିତ ଭିଏସ ଗୋଲ୍ଡ ଦୋକାନର ପାର୍ଟନର ଅଜୟ କୁମାର ଅଗ୍ରଓ୍ଵାଲ ନିଜର ଏକ କର୍ମଚାରୀଙ୍କ ବିରୁଦ୍ଧରେ ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୋଗ ଅନୁଯାୟୀ ତାଙ୍କ କର୍ମଚାରୀ ପ୍ରଦିପ କୁମାର ବୋଦକେ ଅକ୍ଟୋବର ୯ ତାରିଖ ରାତିରେ ଜୁବଲିର ଅନ୍ୟ ଏକ ଦୋକାନରୁ ଦେଢ କିଲୋର ଅଳଙ୍କାର ଆଣୁଥିବା ସମୟରେ ରାସ୍ତାରେ ସେହି ଅଳଙ୍କାର ଗୁଡିକୁ ହଜାଇ ଦେଇଥିଲେ।

hyderabad gold

ପୋଲିସଙ୍କ ସୂଚନା ମୁତାବକ ପ୍ରଦୀପ ସ୍କୁଟରରେ ଯାତ୍ରା କରୁଥିବା ସମୟରେ ସେହି ଅଳଙ୍କାର ବ୍ୟାଗକୁ ନିଜ ଦୁଇ ଗୋଡ ମଝିରେ ରଖିଥିଲେ।ଫେରୁଥିବା ସମୟରେ ବଞ୍ଜାରା ହିଲ୍ସ ସ୍ଥିତ ରୋଡ ନମ୍ବର ୩ରେ ଥିବା କଙ୍ଗାରୁସ ସ୍କୁଲ ନିକଟରେ ବହୁଥିବା ପାଣିରେ ସେହି ବ୍ୟାଗଟି ଭାସିଯାଇଥିଲା ବୋଲି ପ୍ରଦୀପ କହିଛନ୍ତି।କିନ୍ତୁ ପରେ ପୋଲିସ ଏକ ଅଳିଆ ଡବା ନିକଟରେ ଖାଲି ବ୍ୟାଗ ଠାବ କରିଥିଲା ଓ ପ୍ରଦୀପକୁ ହେଫାଜତରେ ନେଇଥିଲା।

Leave A Reply

Your email address will not be published.