୪ ପରାସ୍ତ ସୁରକ୍ଷା ସହିତ Mi KN95 ମାସ୍କ ଭାରତରେ ହେଲା ଲଞ୍ଚ, ୬୦୦ ଟଙ୍କାରେ ୫ଟି ସେଟ

ଶାଓମୀ ଭାରତୀୟ ବଜାରରେ ଏନ୯୫ ମାସ୍କର ରେଞ୍ଜ ବଢ଼ାଇ Mi KN95 ମାସ୍କ ଲଞ୍ଚ କରିଛି। Mi KN95 ମାସ୍କର ଖାସିୟତ ଏହା ଯେ ଏଥିରେ ୪ଟି ଲେୟାରର ପ୍ରୋଟେକ୍ସନ ରହିଛି। ଏହାଛଡ଼ା ଏଥିରେ ବିନା ବୁଣାର ଫ୍ୟାବ୍ରିକ ବ୍ୟବହାର କରାଯାଇଛି।

kj

Mi KN95 ମାସ୍କରେ ଭିତର ପଟୁ ଅନ୍ୟ ଦୁଇଟି ଲେୟାର ଦିଆଯାଇଛି, ଯାହା ପବନରେ ଉଡ଼ୁଥିବା ଛୋଟ ଛୋଟ କଣିକାକୁ ଫିଲ୍ଟ କରିଥାଏ। ଏହି ମାସ୍କ ୯୫ ପ୍ରତିଶତରୁ ଅଧିକ ବ୍ୟାକ୍ଟେରିଆଙ୍କୁ ଫିଲ୍ଟର କରିଦେଇଥାଏ। ୧-୫ ମାଇକ୍ରୋନ ସାଇଜର ବ୍ୟାକ୍ଟେରିଆ ଏବଂ ଧୂଳି କଣିକାକୁ ଫିଲ୍ଟର କରିବାରେ ଏହା ସକ୍ଷମ ହୋଇଥାଏ।

kk

ଏହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ଏହି ମାସ୍କର ଦୁଇଟି ସେଟର ଦାମ ୨୫୦ ଟଙ୍କା। କିନ୍ତୁ ଯଦି ଆପଣ ୫ଟି ସେଟ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏହି ମାସ୍କକୁ ଧୋଇବା ପରେ ପୁନର୍ବ୍ୟବହାର କରାଯାଇପାରିବ। କେବଳ ଏତିକି ନୁହେଁ, ଏଥିରେ ନୋଜ ପିନ ମଧ୍ୟ ଦିଆଯାଇଛି। ଏହି ମାସ୍କକୁ ଶାଓମୀ ୱେବସାଇଟ ଏବଂ ରିଟେଲ ଷ୍ଟୋରରୁ କିଣାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.