Below header

ଜେଲ ଭିତରେ ଆତ୍ମହତ୍ୟା କଲେ କଏଦୀ, ଶବ ପୋଷ୍ଟମର୍ଟମ ବେଳେ ପେଟ ଭିତରୁ ମିଳିଲା ସୁଇସାଇଡ ନୋଟ

ଜଣେ କଏଦୀ ମହାରାଷ୍ଟ୍ରର ନାଶିକ ସେଣ୍ଟ୍ରାଲ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡାକ୍ତରମାନେ କଏଦୀଙ୍କ ପେଟରୁ ସୂଈସାଇଡ ନୋଟ ବାହାର କରିଛନ୍ତି ଯେଉଁଥିରେ ସେ ଜେଲ କର୍ତ୍ତୃପକ୍ଷ ନିର୍ଯାତନା ଦେଉଛନ୍ତି ବୋଲି ଲେଖିଥିଲେ ।

ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି ମାନସୁରୀ ତାଙ୍କ ଆତ୍ମହତ୍ୟା ନୋଟରେ ଜେଲ କର୍ମଚାରୀ ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ତେବେ ପୋଷ୍ଟମର୍ଟମ ସମୟରେ ତାଙ୍କ ପେଟରୁ ଏହି ସୂଈସାଇଡ ନୋଟ ବାହାର କରାଯାଇଥିଲା ଯାହାକି ପ୍ଲାଷ୍ଟିକରେ ଆବୃତ ହୋଇ ରହିଥିଲା । ଅନ୍ୟପକ୍ଷରେ, କଏଦୀଙ୍କ ଆତ୍ମହତ୍ୟା ସମ୍ପର୍କରେ ନାଶିକ ରୋଡ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ ମାନସୁରୀଙ୍କୁ ହତ୍ୟା ମାମଲାରେ ଦଣ୍ଡିତ କରାଯାଇଛି।

Man ends life in Cherlapally jail

ସୂଚନା ଅନୁଯାୟୀ ଅକ୍ଟୋବର 7 ତାରିଖରେ ମାନସୁରୀ ତାଙ୍କ କୋଠରୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ପଲିଥିନରେ ଆବୃତ ସୂଈସାଇଡ ନୋଟ ଶବ ବ୍ୟବଚ୍ଛେଦ ସମୟରେ ତାଙ୍କ ପେଟରୁ ଉଦ୍ଧାର କରାଯାଇଥିଲା। ସୂଈସାଇଡ ନୋଟ ଅନୁଯାୟୀ ଜେଲ କର୍ମଚାରୀ ତାଙ୍କୁ ହଇରାଣ କରୁଥିଲେ ଏବଂ ଗତ କିଛି ଦିନ ହେବ ୱାର୍ଡର ଭାବରେ କାମ କରିବାକୁ ତାଙ୍କୁ ଅନୁମତି ଦିଆଯାଇନଥିଲା।

ସେପଟେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ମାନସୁରୀ ପଢ଼ା ଲେଖା ଜାଣନ୍ତି ନାହିଁ, ତେଣୁ ନୋଟ୍ ଲେଖିବାରେ ତାଙ୍କୁ କେହି ସାହାଯ୍ୟ କରିଥିବେ। ସୂଈସାଇଡ ନୋଟରେ ଦିଆଯାଇଥିବା ଅଭିଯୋଗକୁ ଜେଲ ଅଧିକାରୀମାନେ ଅସ୍ୱୀକାର କରିଛନ୍ତି। ତେବେ ମାନସୁରୀଙ୍କ ମୃତ୍ୟୁ ପରେ ଅନ୍ୟ କଏଦୀମାନେ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଲେଖି ସୂଈସାଇଡ ନୋଟରେ ନାମିତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.