Below header

କିଟରେ ଉଦଘାଟିତ ହେଲା ଆର୍ଟିଫିସିଆଲ୍‌ ଇନଟେଲିଜେନସ୍‌ ଇନ୍‌ ନେଚରୁାଲ୍‌ ଲାଙ୍ଗୁଏଜ୍‌ ପ୍ରୋସେସିଂ ଉପରେ ଏକ ଅନ୍‌ଲାଇନ୍‌ ଫ୍ୟାକଲ୍‌ଟି ଡେଭେଲପଣ୍ଟ ପ୍ରୋଗ୍ରାମ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟରେ ଆର୍ଟିଫିସିଆଲ୍‌ ଇନଟେଲିଜେନସ୍‌ ଇନ୍‌ ନେଚରୁାଲ୍‌ ଲାଙ୍ଗୁଏଜ୍‌ ପ୍ରୋସେସିଂ ଉପରେ ଏକ ଅନ୍‌ଲାଇନ୍‌ ଫ୍ୟାକଲ୍‌ଟି ଡେଭେଲପଣ୍ଟ ପ୍ରୋଗ୍ରାମ (ଏଫ୍‌ଡିପି) ଗୁରୁବାର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସୁଇଜରଲ୍ୟାଣ୍ଡସ୍ଥିତ ଇଦିଆପ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ପ୍ରଫେସର ଇସାଉ ଭିଲାତାରୋ ତେଲୋ ଉଦ୍‌ଘାଟନ କରି ନେଚୁରା ଲାଙ୍ଗୁଏଜ୍‌ ପ୍ରୋସେସିଂରେ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନସ୍‌ର ବ୍ୟବହାର ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଅଟଳ ଯୋଜନାରେ ଏଆଇସିଟିଇ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଯୋଗଦେଇ ଗବେଷକମାନେ ସେମାନଙ୍କର ଗବେଷଣା ମାଧ୍ୟମରେ ପ୍ରକୃତ ବିଶ୍ୱ ସମସ୍ୟା ସମାଧାନ କରିବା ଉଚିତ୍‌ ବୋଲି କହିଥିଲେ। ଅନ୍ୟତମ ଅତିଥି କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସମ୍ମଳିତ ଗବେଷଣା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଲେ ଭାରତ ଏକ ବିବିଧ ଭାଷାଭାଷୀର ଦେଶ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଗବେଷକଙ୍କ ମଧ୍ୟରେ ସମନ୍ଵିତ ଗବେଷଣାର ଆବଶ୍ୟକତା ରହିଛି।

ଏଫ୍‌ଡିପିରେ ଯୋଗଦେଇ ଏଥିରୁ ଜ୍ଞାନ ଆହରଣ କରି ଗବେଷଣାରେ ବିନିଯୋଗ କରିବାକୁ କିଟ୍‌ ସ୍କୁଲ୍‌ ଅଫ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ ନିର୍ଦ୍ଦେଶିକା ପ୍ରଫେସର ବୀଣା ଗୋସ୍ୱାମୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ। କାର୍ଯ୍ୟକ୍ରମରେ କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସ୍କୁଲ୍‌ର ଆସୋସିଏଟ୍‌ ପ୍ରଫେସର ଡ. ସତ୍ୟ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ସାଧନା ସୁଦର୍ଶନା ଧନ୍ୟବାଦ ଅର୍ପଣ କରିଥିଲେ। ୫ଦିନ ଧରି ଚାଲିବାକୁ ଥିବା ଏହି ଏଫ୍‌ଡିପିର ୧୪ଟି ଅଧିବେଶନରେ ଆଇଆଇଟି ପାଟନା, ଯାଦବପୁର ବିଶ୍ୱବିଦ୍ୟାଳୟ ଭଳି ଦେଶର ବହୁ ପ୍ରତିଷ୍ଠିିତ ଅନୁଷ୍ଠାନ ଏବଂ ମାଇକ୍ରୋସଫ୍‌ଟ ଆଇକ୍ୟୁଭିଆଇଏ ଆରଡିଏସ୍‌ ଆଦି ଶିଳ୍ପସଂସ୍ଥାରୁ ରିସୋର୍ସ ପର୍ସନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ଛଡା ମେକ୍ସିକୋ, ଅଷ୍ଟ୍ରେଲିଆ ଏବଂ ସୁଇଜରଲାଣ୍ଡ ଆଦି ଦେଶରୁ ରିସୋର୍ସପର୍ସନ ଅଂଶ ଗ୍ରହଣ କରିବେ। ଏହି ଏଫ୍‌ଡିପିରେ ଆଇଆଇଟି, ଏନଆଇଟି, ଆଇଆଇଆଇଟି ସମେତ ୨୪ଟି ରାଜ୍ୟରୁ ୨ଶହରୁ ଊର୍ଦ୍ଧ ସ୍ନାତକୋର ଛାତ୍ରଛାତ୍ରୀ, ଗବେଷକ ଏବଂ ଅଧ୍ୟାପକ ଯୋଗ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.