Below header

ରାଜଧାନୀ ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ,୩୫୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ  ୬୮ ଜଣ କ୍ବାରେଣ୍ଟାଇନରୁ ଓ ୧୭୫ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ଆକ୍ରାନ୍ତମାନେ  ପୂର୍ବ  ଆକ୍ରାନ୍ତ  ସଂସ୍ପର୍ଶରେ ଆସିଥିଲେ। ଆଜି ନୟାପଲ୍ଲୀରୁ ୧୪ ଜଣ, ସହିଦ ନଗରରୁ ୮ ଜଣ, ପାତ୍ରପୁର, ପଟିଆ, ଚକେଇସିହାଣୀ, ବଡ଼ଗଡ଼, ଖଣ୍ଡଗିରି, କଳିଙ୍ଗ ନଗର, ଜୟଦେବ ବିହାରରୁ ୪ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱରରୁ ବର୍ତ୍ତମାନ ସୁଦ୍ଧା  ୨୬ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୩ ହଜାର ୫୨୩ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୧୦୬ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.