ଏମିତି ଚାଲିଛି ଚୋରା ମଦ ବ୍ୟବସାୟ,ଧାନ ବିଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ କଲା ବଡ଼ଚଣା ପୋଲିସ

 ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଧାନ ବିଲ ଭିତରୁ ୪୪୦ ଲିଟର ଦେଶୀମଦ ଜବତ। ଏହି ଥାନା ଅନ୍ତର୍ଗତ ସିହା ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଧାନ ବିଲ କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖିଥିବାର କୌଣସି ସୂତ୍ରରୁ ସୂଚନା ପାଇଥିଲା ବଡଚଣା ପୋଲିସ। ଥାନା ଅଧିକାରୀ ପ୍ରିୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଦେଶୀ ମଦ ଭର୍ତି ୧୧ଟି ବ୍ୟାରେଲ ଜବତ କରିଥିଲା।

badachana1

ଯେଉଁଥିରେ ୪୪୦ଲିଟର ଦେଶୀ ମଦ ଥିବା ପୋଲିସ ସୂଚନା ଦେଇଛି। ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା ଏବଂ ଅଭିନବ ଉପାୟରେ ଏଠାରେ କିଏ ଲୁଚାଇ ରଖିଥିଲା ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏପଟେ ଅବକାରୀ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.