ଫୁଡ ଆଣ୍ଡ ପ୍ୟାକେଜିଂ କମ୍ପାନୀ ‘ହଲଦୀରାମ’ ଉପରେ ବଡ଼ ସାଇବର ଆଟାକ, ହ୍ୟାକର୍ସ ଡାଟା ଚୋରି କରି ଦାବି କଲେ ୭ ଲକ୍ଷ ଟଙ୍କା

ଦେଶର ଜଣାଶୁଣା ଫୁଡ ଆଣ୍ଡ ପ୍ୟାକେଜିଙ୍ଗ କମ୍ପାନୀ ‘ହଲଦୀରାମ’ ଉପରେ ବଡ଼ ସାଇବର ଆଟାକ ହୋଇଛି। ଏହି ସାଇବର ଆଟାକରେ କମ୍ପାନୀର ମାର୍କେଟିଂଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଡାଟାକୁ ଡିଲେଟ କରିଦିଆଯାଇଛି। ଏହାଛଡା କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ଚୋରି ହୋଇଯିବା କଥା ସାମ୍ନାକୁ ଆସିଛି। ଡାଟା ହସ୍ତାନ୍ତର ପାଇଁ ସାଇବର କ୍ରିମିନାଲ ୭ ଲକ୍ଷ ଟଙ୍କା ମୁକ୍ତିଧନ ଦାବି କରିଛନ୍ତି।

fff

ଏହି ଭାଇରସ ଆଟାକ ୧୨ ଜୁଲାଇ ବିଳମ୍ବିତ ରାତିରେ ହୋଇଥିଲା। ଏ ନେଇ କମ୍ପାନୀର DGM (IT) କିଛିଦିନ ପୂର୍ବେ ଅଭିଯୋଗ କରିଥିଲେ। ଏହି ଘଟଣାରେ ନୋଏଡା ପୋଲିସକୁ ଅଭିଯୋଗ ମିଳିଥିବା ବେଳେ ଏ ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ହଲଦୀରାମ କମ୍ପାନୀର କର୍ପୋରେଟ ଅଫିସ ନୋଏଡା ସେକ୍ଟର-୬୨ର ସି ବ୍ଲକରେ ଅଛି। ଏଠାରୁ କମ୍ପାନୀର ଆଇଟି ବିଭାଗ ପରିଚାଳନା ନିୟନ୍ତ୍ରିତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.