Below header

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୮୫୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୬୩ ଜଣ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ୩୦ ଜିଲ୍ଲାରୁ ଆଉ ୨୮୫୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୧ହଜାର ୩୮୫ରେ ପହଞ୍ଚିଛି ବୋଲି ଟ୍ବିଟ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।


ଆଜି ସୁସ୍ଥ ହୋଇଥିବା ୨୮୫୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ ଜଣ, କଟକରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡ଼ାରୁ ୧୩୩, ବରଗଡ଼ ୯୮, ନବରଙ୍ଗପୁର ୮୯, ଯାଜପୁରରୁ ୮୭, ସୁନ୍ଦରଗଡ଼ରୁ ୮୫ ଓ ମୟୁରଭଞ୍ଜରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁର ଓ ସୋନପୁରରୁ ୮୦ ଲେଖାଏଁ , ବଲାଙ୍ଗିର ଓ ଝାରସୁଗୁଡାରୁ ୭୨ ଲେଖାଏଁ, ବାଲେଶ୍ୱରରୁ ୬୯, ଢ଼େଙ୍କାନାଳ ୬୬, କଳାହାଣ୍ଡି ୬୩, କେନ୍ଦୁଝର ୫୫, କନ୍ଧମାଳ ୪୮, ମାଲ୍‌କାନଗିରି ୪୨, ବୈାଦ୍ଧ ୪୧, ନୁଆପଡ଼ା ୪୧, ନୟାଗଡ଼ ୩୭, ଗଞ୍ଜାମ ୩୬, ଭଦ୍ରକ ୩୧, ରାୟଗଡ଼ ୨୭, କୋରାପୁଟ ୨୬, ଦେଓଗଡ଼ ୧୫, ଗଜପତି ୦୩ ଓ ରାଜ୍ୟ ପୁଲ୍‌ରୁ ୨୦୩ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.