Below header

ଅଧପନ୍ତରିଆ ହୋଇ ପଡିରହିଛି କଣ୍ଟାବାଞ୍ଜିର ପମ୍ପୁ ତଲାବର ପଙ୍କ ଉଦ୍ଧାର କାମ , ଅସନ୍ତୋଷ ଗ୍ରାମବାସୀ

କଣ୍ଟାବାଞ୍ଜି(କେନ୍ୟୁଜ୍) : କଣ୍ଟାବାଞ୍ଜିର ପମ୍ପୁ ତଲାବରୁ ପଙ୍କ ଉଦ୍ଧାର କାମ ଶେଷ ନହୋଇ ଅଧପନ୍ତରିଆ ହୋଇ ପଡିରହିଛି। ସହରର ମଇଳା ପାଣି ପମ୍ପୁ ତଲାବରେ ପଡୁଥିବା ବେଳେ ତାକୁ ବାହାରକୁ ବାହାର କରିବାକୁ ଡ୍ରେନ୍‌ ତିଆରି କରାଯାଇଥିଲା। ଡ୍ରେନ୍‌ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀମାନଙ୍କ ସହ ସ୍ଥାନୀୟ ଡାକ ବଙ୍ଗଳାରେ ଆଲୋଚନା କରଯାଇଥିଲା। ଦାବି ପତ୍ର ପ୍ରଦାନ କରାଯାଇଥିଲା। ପମ୍ଫୁ ତଲାବ ସ୍ଥାନକୁ ଅଧିକାରୀମାନେ ପରିଦର୍ଶନ କରି କେତେ ଦୂର କାମ ହୋଇଛି ତାହା ସମୀକ୍ଷା କରିଥିଲେ। କିଛି ଲୋକ ଅଧିକାରୀମାନଙ୍କୁ ଘେରାଉ କରିବା ସହ ଅଭିଯୋଗ ଶୁଣାଇଥିଲେ। ଆଗକୁ ତଦନ୍ତ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.