ଭୁବନେଶ୍ୱର: ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ୫୧ତମ ବାଣୀଚିତ୍ର ସମ୍ମାନ ୨୦୧୯

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ୫୧ତମ ବାଣୀଚିତ୍ର ସମ୍ମାନ ୨୦୧୯ । କାଯ୍ୟର୍କ୍ରମରେ ପ୍ରତିବର୍ଷ ଭଳି ଏ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ବର୍ଷିଆନ୍‌ କ୍ୟାମେରାପର୍ସନ ଶ୍ରୀନିବାସ ମହାପାତ୍ରଙ୍କୁ ଜୀବନବ୍ୟାପୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ ବରିଷ୍ଠ ଚଳଚିତ୍ର ମଞ୍ଚନାଟକ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି । ଚଳଚିତ୍ର ସଂଳାପ ଓ ଚିତ୍ରନାଟ୍ୟ ପାଇଁ ଡ.ରଜନୀ ରଞ୍ଜନ ଦାଶ ସମ୍ମାନିତ ହୋଇଥିଲେ । ହାସ୍ୟ ଅଭିନେତା ପାଇଁ ସୁଶୀଲ ମିଶ୍ର କବି ସାମାଜିକ କର୍ମୀ ପାଇଁ ବିଜୟ ଲଷ୍ମୀ ସାହୁ ସମ୍ମାନିତ ହୋଇଥିଲେ । ସେହିଭଳି ୨୦୧୮ ମସିହା ଚଳଚିତ୍ର ପାଇଁ ମଧ୍ୟ କଳାକାରଙ୍କୁ ସମ୍ମାନିତ କରାଯାଇଛି । କାର‌୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଦର୍ଶକ୍‌ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.