ଏଫଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲସ୍, ଆଜି ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ଭେଟିବ ଭାରତ

ଭୁବନେଶ୍ବର(କେନ୍ୟୁଜ୍) : ଏଫଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲର ଆଜି ଦ୍ୱିତୀୟ ମ୍ୟାଚ୍‌ ପୋଲାଣ୍ଡକୁ ଭେଟିବ ଭାରତ । ଗତକାଲି ବୃହତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଟିମ୍‌ ଇଣ୍ଡିଆ । କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଋଷିଆକୁ ୧୦-୦ ଗୋଲରେ ପରାସ୍ତ କରିଥିଲା । ଦମଦାର ପ୍ରଦର୍ଶନ ପାଇଁ ନିଳକାନ୍ତ ଶର୍ମା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ । ଓଡିଆ ଖେଳାଳୀ ଅମିତ ରେହିତଦାସ ଗୋଲ ଦେଇ ଏଫଆଇଏଚ୍‌ରେ ନିଜର ଅଭିଯାନ ଆରମ୍ଭ କରିଥିଲେ । ମ୍ୟାଚର ମଜା ନେଇଥିଲେ ବିଦେଶୀ ଦର୍ଶକ । ଏଫଆଇଏଚ୍‌ ହକି ସିରିଜ ଫାଇନାଲରେ ଯୋଗଦେଇଛନ୍ତି ଭାରତ ସମେତ ୮ଟି ଦେଶ । ଆସନ୍ତା ୧୬ ତାରିଖ ପଯ୍ୟର୍ନ୍ତ ସିରିଜ ଚାଲିବ । ଏଥିରେ ଶ୍ରେଷ୍ଠ ୨ଦଳ ଅଲମ୍ପିକ୍ସରେ ସ୍ଥାନ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.