ଥକା ଓ ଦୁର୍ବଳ ଲାଗୁଛି କି? ତେବେ ଘରେ ବନାନ୍ତୁ ଏହି ଖାଦ୍ୟ ଓ ହୋଇଯାନ୍ତୁ ପୁରା ଫିଟ୍

ଦୈନନ୍ଦିନ ଜୀବନରେ ଯଦି କୌଣସି ବ୍ୟକ୍ତି ଠିଆ ହେବା ଅବସ୍ଥାରେ ପଡିଯିବା,ମୁଣ୍ଡ ବୁଲାଇବା ଓ ଦୁର୍ବଳ ଅନୁଭବ ଇତ୍ୟାଦି କରୁଥାନ୍ତି ତେବେ ଏହା ଶରୀରରେ କିଛି ପୋଷକତତ୍ବର ଅଭାବ ଥିବ ବୋଲି ଭାବିନେବାକୁ ପଡିବ। ତେଣୁ ଆମ ମାନଙ୍କୁ ପ୍ରତିଦିନ ଏମିତି ଖାଦ୍ୟ ଖାଇବାକୁ ପଡିବ ଯାହା ଆମ ଶରୀରରେ ଶକ୍ତି ବର୍ଦ୍ଧକ ହେବ ଓ ଶହନଶକ୍ତି ପ୍ରଦାନ କରିବ। ତେବେ କେଉଁ କେଉଁ ଖାଦ୍ୟ ଖାଇବା ଦ୍ବାରା ଆମ ଶରୀରକୁ ଶକ୍ତି ମିଳିଥାଏ ଆସନ୍ତୁ ତାହା ବିଷୟରେ ଜାଣିବା ।

ଓଟ୍ସ ଖାଇବା ଦ୍ବାରା ଶକ୍ତି ମିଳିଥାଏ

ଓଟ୍ସ ଖାଇବା ଦ୍ବାରା ଶରୀରକୁ ଅଧିକ ମାତ୍ରାରେ ଏନର୍ଜି ମିଳିଥାଏ। ସବୁଦିନ ସକାଳୁ କ୍ଷୀର ସହିତ ଓଟ୍ସ ଖାଇବା ଦ୍ବାରା ଶରୀରକୁ ପ୍ରଚୁର ମାତ୍ରାରେ ଶକ୍ତି ମିଳିଥାଏ। ଓଟ୍ସ ଜାଗାରେ ଆପଣ ଦଲୀୟା ମଧ୍ୟ ଖାଇପାରିବେ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହେବ।

ଗଜାମୁଗ ଖାଆନ୍ତୁ

ଗଜାମୁଗ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଆମ ଶରୀରକୁ ଶକ୍ତି ମିଳିଥାଏ। ଗଜାମୁଗ ଶରୀରକୁ ଫିଟ୍ ରଖିବାରେ ମଧ୍ୟ ସହାୟକ ହେଇଥାଏ।

ପିଅନ୍ତୁ ପାଳଙ୍ଗ ସାଗର ସୁପ୍

ଯଦି ଆପଣ ମୋଟପଣରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ପାଳଙ୍ଗ ସାଗର ସୁପ୍ ପିଅନ୍ତୁ। ଏଥିରୁ ଶରୀରକୁ ଅଧିକ ଶକ୍ତି ମିଳିବା ସହିତ କ୍ୟାଲସିୟମ ମଧ୍ୟ ଅଧିକ ମାତ୍ରାରେ ମିଳିବ।

କଦଳୀ ଖାଆନ୍ତୁ

କଦଳୀ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏହା ଶରୀରର ଷ୍ଟାମିନା ବଢାଇବାରେ ବେଶ୍ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ କଦଳୀକୁ ଗୋଟିଏ ଗ୍ଲାସ କ୍ଷିର ସହିତ ଖାଇବା ଦରକାର।

ବାଦାମ ରସ ଖାଆନ୍ତୁ

ବାଦମ ରସ ଖାଇବା ଦ୍ବାରା ହାର୍ଟ ଶକ୍ତ ହୋଇଥାଏ ଓ ମସ୍ତିଷ୍କ ଠିକ୍ ଭାବରେ କାମ କରିଥାଏ। ଆହୁରୀ ମଧ୍ୟ ବାଦାମରସ ଶରୀରକୁ ଶକ୍ତି ଯୋଗାଇଥାଏ କିନ୍ତୁ ଏହାକୁ ସବୁଦିନ ଖାଇବା ଅନୁଚିତ୍ କାରଣ ଏହା ଶରୀରର ମୋଟାପଣ ବଢାଇବାରେ ସାହଯ୍ୟ କରିଥାଏ।

ଦେଶୀ ଘିଅ ଖାଆନ୍ତୁ

ଦେଶୀ ଘିଅ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ପ୍ରତିଦିନ ଏହାକୁ ଖାଇଲେ ଶରୀର ମୋଟା ହେବାର ସମ୍ଭାବନା ରହିଛି। ବିଶେଷ କରି ଡାଇବେଟିସ ରୋଗୀ ଏହାକୁ ଖାଇବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.