Below header

ବାଲେଶ୍ୱର ବିଜେପିରେ ବଢୁଛି ଅନ୍ତଃକନ୍ଦଳ

ବାଲେଶ୍ୱର(କେନ୍ଯୁଜ୍):ବାଲେଶ୍ୱର ବିଜେପିରେ ବଢୁଛି ଅନ୍ତଃକନ୍ଦଳ। ଦିନକ ତଳେ ବାଲେଶ୍ୱର ଜିଲ୍ଲା ବିଜେପିର ସଂଗଠନ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ଗୌରଙ୍ଗ ଦାସ। ଦଳର ପୁରୁଖ ନେତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ଦଳର ବରିଷ୍ଠ ନେତା ଗୋଲକ ମହାପାତ୍ର କିନ୍ତୁ ଏ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ବାଲେଶ୍ୱର ଗସ୍ତରେ ଥିବା ଗୋଲକ ମହାପାତ୍ର ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେପି ରାସ୍ତାକୁ ଓହ୍ଲାଇବ ବୋଲି କର୍ମୀଙ୍କୁ କହିଥିଲେ। କିନ୍ତୁ ଗଣମାଧ୍ୟମରୁ ଯେତେବେଳେ ଅନ୍ତଃକନ୍ଦଳ ପ୍ରଶ୍ନ ପଚାରଗଲା ସେ ଏ କଥା ଏଡାଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.