Below header

ପଶ୍ଚିମବଙ୍ଗ ଦୀଘା ମୁହାଣରେ ଜାଲରେ ପଡିଲା ଦାମୀ ମାଛ, କିଲୋ ପିଛା ୧୬ହଜାର ଟଙ୍କାରେ ହେଲା ବିକ୍ରୀ

ଜଳେଶ୍ବର: ଜାଲରେ ପଡିଲା ଦାମୀ ମାଛ। ଦାମ୍‌ ୪ଲକ୍ଷ ଟଙ୍କା। ପଶ୍ଚିମବଙ୍ଗ ଦୀଘା ମୁହାଣରୁ ମାଛଟିକୁ ଧରାଯାଇଛି। ଏହି ଭେକ୍‌ଟି ମାଛର ଓଜନ ପ୍ରାୟ ୨୭କିଲୋ। କିଲୋ ପିଛା ଏହାକୁ ୧୬ହଜାର ଟଙ୍କାରେ ବିକ୍ରୀ କରାଯାଇଥିବା ସୂଚନା ମିଳିଛି।

ପଶ୍ଚିମବଙ୍ଗର ଦୀଘା ମାଛ ନିଲାମ କେନ୍ଦ୍ରରେ ମାଛଟିକୁ ARM ନାମକ ଔଷଧ କମ୍ପାନୀ ୪ଲକ୍ଷ ଟଙ୍କାରେ କିଣିଥିବା ଜଣାପଡିଛି। ଏହାର ଗ୍ରନ୍ଥି ଔଷଧ ତିଆରିରେ ବ୍ୟବହାର କରାଯାଏ। ତେଣୁ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ଏହି ମାଛକୁ କିଣିଥାନ୍ତି। ଏତେ ବଡ ମାଛକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.