ପାରାଦୀପ: ମୋ ବାପା କୁଆଡେ ଯାଇଛନ୍ତି କୁହ? କୋଭିଡ଼ ହସ୍ପିଟାଲରୁ ରୋଗୀ ଗାଏବ, ଖୋଜୁଛନ୍ତି ପରିବାର ଲୋକ

ପାରାଦୀପ(କେନ୍ୟୁଜ୍): ଗତ ୧୫ ଦିନ ହେଲା ଏସସିବି ବଡ ମେଡିକାଲରୁ ନିଖୋଜ କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତର କରୋନା ରୋଗୀ ଗନ୍ଧର୍ବ ଜେନା । ପରିବାର ପକ୍ଷରୁ ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଏତଲା ଦେବା ସହିତ କଟକ ଦୌଡି ଦୌଡି ନୟାନ୍ତ ହେଲେଣି ।ମାତ୍ର ତାଙ୍କର କୌଣସି ସୂଚନା ମିଳି ପାରୁ ନାହିଁ । ଗତ ୧୪ ତାରିଖରେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ ଚିକିତ୍ସିତ ହେଉଥିଲେ। ୧୭ ତାରିଖରେ ତାଙ୍କୁ ପାରାଦୀପ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କୁ ୨୧ ତାରିଖ ରାତିରେ କଟକ ଏସସିବି ପଠା ଯାଇଥିଲା, ଏବଂ ୨୨ ତାରିଖରେ ତାଙ୍କର କଟକରେ ଆଡମିଶନ କରାଯାଇଥିବା ରେଜିଷ୍ଟାରରେ ଉଲ୍ଲେଖ ରହିଛି । ମାତ୍ର ଏହାପରେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁନାହିଁ ।

covid patiten missing 1

ଗତ ୩୦ ତାରିଖରେ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ ଗନ୍ଧର୍ବଙ୍କ ଝିଅ ।ମାତ୍ର ପୋଲିସ କେବଳ ଏତଲା ରଖି ବସିଥିବା ବେଳେ, କରୋନା ପଜେଟିଭ ଚିହ୍ନଟ ହୋଇଥିବାରୁ ଗାଁରେ ସେମାନଙ୍କୁ କେହି ପାଖରେ ପୁରାଉ ନାହାନ୍ତି । ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଗନ୍ଧର୍ବଙ୍କ ନିଖୋଜ ପରେ ପରିବାର ଏବେ ବେସାହାରା ।କୋଭିଡ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଏହାର ସୁଫଳ ପାଇ ପାରୁ ନାହାଁନ୍ତି ଲୋକେ ।ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି  ଅନେକ ସମାଜସେବୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.