Below header

ଯାଜପୁର: କର୍କଟ ରୋଗରେ ଚାଲିଗଲା ସିଆରପିଏଫ ଯବାନଙ୍କ ଜୀବନ,ମରଶରୀର ଗାଁରେ ପହଞ୍ଚିବା ପରେ ସୃଷ୍ଟି ହେଲା ଶୋକାକୁଳ ପରିବେଶ

ଯାଜପୁର(କେନ୍ୟୁଜ): କର୍କଟ ରୋଗରେ ଚାଲିଗଲା ସିଆରପିଏଫ ଯବାନଙ୍କ ଜୀବନ। ଗାଁରେ ଶବ ପହଞ୍ଚିଲା ପରେ ଶୋକାକୂଳ ପରିବେଶ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ମାଟିରେ। ବଡ଼ଚଣା ବ୍ଲକ ଚାରିନଙ୍ଗଳ ଗ୍ରାମର ସୁଶାନ୍ତ କୁମାର ବଳ ସିଆରପିଏଫ ଯବାନ ଭାବେ ବଲାଙ୍ଗିରର ଖପରାଖଣ୍ଡି ଠାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳରେ ନିୟୋଜିତ ଥିଲେ।

କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସୁଶାନ୍ତଙ୍କୁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା।

 

ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ସୁଶାନ୍ତଙ୍କୁ ୩୭ବର୍ଷ ହୋଇଥିଲା। ସୁଶାନ୍ତଙ୍କ ମୃତ ଶରୀର ଆଜି ଗ୍ରାମରେ ପହଁଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।

ବାଲିଚନ୍ଦ୍ରପୁର ବାଇପାସ୍ ଛକ ଠାରୁ ଚାରିନଙ୍ଗଳସ୍ଥିତ ବାସଭବନ ଯାଏ ମର ଶରୀରକୁ ଏକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ ଗ୍ରାମବାସୀ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଦେଶ ପାଇଁ ଲଢ଼ୁଥିବା ଯବାନ ସୁଶାନ୍ତଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। କେବଳ ପରିବାର ଲୋକ ନୁହେଁ ଏଭଳି ବିର ଯବାନଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.