ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧା କପୁରଙ୍କୁ ସମନ କଲା ଏନ୍‌ସିବି, ୩ ଦିନ ଭିତରେ ହୋଇପାରନ୍ତି ହାଜର

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ସମନ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୀପିକାଙ୍କୁ ସମନ ଜାରି କରିଛି। କେବଳ ଦୀପିକା ନୁହେଁ ଏନ୍‌ସିବି ତରଫରୁ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ସିମୋନ୍‌ ଖମ୍ବାଟା, ରକୁଲ ପ୍ରୀତ ସିଂହଙ୍କୁ ବି ସମନ ଜାରି କରାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଏହି ଅଭିନେତ୍ରୀଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏନ୍‌ସିବି ତରଫରୁ ସୁଶାନ୍ତଙ୍କ ତଥା କଥିତ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା।

bollywood

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିବିଆଇ ରିୟାଙ୍କୁ ଜେରା କରିଥିଲା। ଜେରା ବେଳେ ରିୟା ଡ୍ରଗ୍ସ କାରବାରରେ ସାମିଲ ଥିବା ଜଣାପଡ଼ିଥିଲା। ଏଥିସହ ରିୟା ଡ୍ରଗ୍ସ ଲିଙ୍କର ଗୁମର ବି ଖୋଲି ଦେଇଥିଲେ। ରିୟା ଜେରା ବେଳେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରୀତ ସିଂହ, ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ସିଦ୍ଧାର୍ଥ ମାଲହୋତ୍ରା ପ୍ରମୁଖଙ୍କ ନାଁ କହିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.