Below header

ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୧ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୯୨

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୮୩ ଓ ଲୋକାଲ କଣ୍ଟାକ୍ଟ କେସରୁ ୨୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ବିଏମସି। କ୍ବାରେଣ୍ଟାଇନରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିଲେ।

ବିଏମସି  ସୂଚନା ଅନୁସାରେ ଚନ୍ଦ୍ରଶେଖରପୁରରୁ ୧୨ ଜଣ, ଡୁମଡୁମାରୁ ୧୦ ଜଣ, ପଟିଆରୁ ୯ ଜଣ, ଶୈଳଶ୍ରୀ ବିହାରରୁ ୭ ଜଣ, ଭିଏସଏସ ନଗର, କଳିଙ୍ଗନଗର, ନିଳାଦ୍ରୀ ବିହାର, ପୁରୁଣା ଭୁବନେଶ୍ୱର, ବମିଖାଲ ରୁ ୬ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଝାରପଡ଼ାରୁ ୮ ଜଣ, ଡମଣା, ମଞ୍ଚେଶ୍ୱରରୁ ୫ ଜଣ ଲେଖାଏଁ, ବିଜେବି ନଗର, ସାମନ୍ତରାପୁର, ପୋଖରିପୁଟ, ପ୍ରଶାନ୍ତିବିହାରରୁ ୪-୪ ଜଣ, ପଳାଶୁଣୀ, ଟଙ୍କପାଣିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.