Below header

ବିଭିନ୍ନ ଦାବି ନେଇ ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ଧାରଣା, କମ୍ପାନୀ କର୍ତ୍ତୃପକ୍ଷ ଜାଲ ଦସ୍ତଖତ କରିଥିବା ଅଭିଯୋଗ ଆଣିଲେ ଲୋକପ୍ରତିନିଧି

ଯାଜପୁର (କେନ୍ୟୁଜ): ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ହରିଦାସପୁରଠାରେ ଥିବା ରାମକୋ ସିମେଣ୍ଟ କାରଖାନା ସମ୍ମୁଖରେ ଗଣଧାରଣା । କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ରାମକୋ ପ୍ରତିରୋଧ ସଂଗ୍ରାମ ସମିତି । କମ୍ପାନୀ କର୍ତୃପକ୍ଷ ସ୍ଥାନୀୟ ପଂଚାୟତ ପ୍ରତିନିଧିଙ୍କ ଜାଲ ଦସ୍ତଖତ କରି ଗୋଚର ଓ ଦେବୋତର ଜମି ହାତେଇବା, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବା, ପ୍ରଦୂଷଣ ସୃଷ୍ଟି କରିବା ଭଳି ବିଭିନ୍ନ ଅଭିଯୋଗ ଆଣିବା ସହ ୧୩ଦଫା ଦାବି ନେଇ ଥାନୁଆଳ, ଆରୁହା ଏବଂ ହରିଦାସପୁର ପଞ୍ଚାୟତର ଶତାଧିକ ଲୋକେ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ।

ଆନ୍ଦୋଳନକୁ ଓହ୍ଲାଇବା ପୂର୍ବରୁ କମ୍ପାନୀ କର୍ତୃପକ୍ଷଙ୍କ ମନମାନୀ କାର୍ଯ୍ୟକୁ ନେଇ ସମିତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ କୈାଣସି ଫଳପ୍ରଦ ହେଲା ନାହିଁ ।

ଫଳରେ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଇଛନ୍ତି ଶତାଧିକ ଗ୍ରାମବାସୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ କମ୍ପାନୀ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.