ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଆୟୁଷ୍ମାନ୍‌ ଖୁରାନାଙ୍କୁ ବି ମିଳିଲା ସ୍ଥାନ

ଆମେରିକାର ମାଗାଜିନ୍‌ ଟାଇମ୍‌ ଦୁନିଆର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ପିଏମ୍‌ ମୋଦିଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାମିଲ କରାଯାଇଛି। ଏହି ଲିଷ୍ଟରେ ସାମିଲ ହୋଇଥିବା ଭାରତୀୟ ଲୋକଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା, ଗୁଗଲର ସିଇଓ ସୁନ୍ଦର ପିଚାଇ, ଏଚ୍‌ଆଇଭି ଉପରେ ଗବେଷଣା କରୁଥିବା ରବୀନ୍ଦ୍ର ଗୁପ୍ତା ଓ ଶାହିନ୍‌ ବାଗ ଧାରଣାରେ ସାମିଲ ଥିବା ବିଲ୍କିସ୍‌ଙ୍କ ନାଁ ବି ରହିଛି।

ଏହି ତାଲିକାରେ ସାମିଲ ହୋଇଥିବା ଏକମାତ୍ର ବଲିଉଡ୍‌ ଅଭିନେତା ହେଉଛନ୍ତି ଆୟୁଷ୍ମାନ୍‌ ଖୁରାନା। ଏହି ଲିଷ୍ଟରେ ସାମିଲ ହେବା ପରେ ଆୟୁଷ୍ମାନ୍‌ ଖୁସି ଜାହିର କରି ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ଟାଇମ୍‌କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଏହି ତାଲିକାରେ ସି ଜିଙ୍ଗପିଙ୍ଗ, ତାଇବାନ୍‌ ରାଷ୍ଟ୍ରପତି ତ୍ୟାସିଇ ଇଙ୍ଗ ବେନ୍‌, ଡୋନାଲ୍ଡ ଟ୍ରମ୍ପ, କମଳା ହରିସ, ଜୋ ବାଇଡନ୍‌, ଜର୍ମାନ ଚାନ୍ସେଲର ଏଞ୍ଜେଲା ମର୍କେଲଙ୍କ ସମେତ ଦୁନିଆର ଅନେକ ନେତା ସାମିଲ ଅଛନ୍ତି। ଟାଇମ୍‌ ମାଗାଜିନ୍‌ ମୋଦିଙ୍କ ପାଇଁ ଲେଖିଛନ୍ତି ସ୍ୱତନ୍ତ୍ର ନିର୍ବାଚନ ଲୋକତନ୍ତ୍ର ପାଇଁ ସବୁଠୁ ଜରୁରୀ ନୁହେଁ। କାହାକୁ ଅଧିକ ଭୋଟ ମିଳୁଛି ତାହା ଏହା ମାଧ୍ୟମରେ ଜଣାପଡ଼େ। ଏଥିରେ ଅଧିକ ଗୁରୁତ୍ୱପୂର୍ଣ୍ଣ ସେ ଲୋକଙ୍କ ଅଧିକାର ଯେଉଁମାନେ ବିଜେତାଙ୍କ ପାଇଁ ଭୋଟ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.