କଟକ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ନିଆଯିବ ପଦକ୍ଷେପ : ଏଡିଜି ସନ୍ତୋଷ ଉପାଧ୍ୟାୟ

କଟକ(କେନ୍ୟୁଜ୍) : ସଡ଼କ ସୁରକ୍ଷା ଉପରେ ରାଜ୍ୟ ପୋଲିସର ଫୋକସ୍। କଟକ ଜିଲ୍ଲାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ନିଆଯିବ ପଦକ୍ଷେପ। ଏନେଇ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଅନ୍ୟ ୬ଟି ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, କୋରାପୁଟରେ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଅର ଯୋଜନାରେ ସାମିଲ ହୋଇଛନ୍ତି । ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲେଣ୍ଟିଅର ରହିଥିବା ଛାତ୍ରଛାତ୍ରୀମାନଙ୍କ ଲାଗି ବୀମାର ସୁବିଧା ମଧ୍ୟ ରଖାଯାଇଛି । ପୂର୍ବରୁ ୬ଟି ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା । ଟ୍ରାଫିକ୍ ବ୍ୟବସ୍ଥା ସୁଧାରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।