Below header

ଭଦ୍ରକ: ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ, ଅଭିଯୁକ୍ତଙ୍କ ନିକଟରୁ ଲାପଟପ୍‌, ପ୍ରିଣ୍ଟର, ଏଟିଏମ୍‌ କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ଭଦ୍ରକ: ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ, ଜଣେ ଫେରାର। ଗିରଫ ଅଭିଯୁକ୍ତ ହେଲେ ବାସୁଦେବପୁର ଗୁଆଗଡିଆ ଗାଁର ସୌମ୍ୟରଞ୍ଜନ ଦାସ । ତାଙ୍କ ନିକଟରୁ ଲାପଟପ୍‌, ପ୍ରିଣ୍ଟର, ଏଟିଏମ୍‌ କାର୍ଡ,ସ୍ୱାଇପ୍‌ ମେସିନ୍‌, ଆଧାରକାର୍ଡ, ପାସବୁକ୍‌ ଜବତ କରାଯାଇଛି। ଲୋକଙ୍କ ଆଧାର କାର୍ଡ କରିବା ଆଳରେ ନିରୀହ ଲୋକଙ୍କର ଟିପ ଚିହ୍ନକୁ କଏଦ୍‌ କରି ସେ , ଲୋକମାନଙ୍କ ଅଜାଣତରେ ବ୍ୟାଙ୍କ ଖାତା ଖୋଲି ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇଥିବା ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଜଣେ ଫେରାର ଥିବା ପୋଲିସ କହିଛି । ଆର୍ଯ୍ୟ ପ୍ରକାଶ ସାହୁ ନାମକ ଜଣେ ଯୁବକ ନିଜ ଆଧାରକାର୍ଡ ସଂଶୋଧନ ପାଇଁ ଯାଇଥିଲେ। ସେ ଦେଇଥିବା ଟିପ ଚିହ୍ନ ଓ ଦସ୍ତଖତକୁ କଏଦ୍‌ କରି କେତେକ ବ୍ୟାଙ୍କରେ ସାଢେ ୪ ଲକ୍ଷ ଟଙ୍କା ଋଣ ଉଠାଇଥିବା ଆର୍ଯ୍ୟ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.