ଫ୍ଲୋରକୁ ଆସିଲା ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକର ଟ୍ରେଲର୍‌

ଫ୍ଲୋରକୁ ଆସିଲା ଦୀପିକା ପାଦୁକୋନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଛପାକର ଟ୍ରେଲର୍‌ । ୨ ମିନିଟ୍‌ ୧୯ ସେକେଣ୍ଡର ଏହି ଟ୍ରେଲ୍‌ର୍‌ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । ଜଣେ ଏସିଡ୍‌ ସରଭାଇଭରଙ୍କ ଚରିତ୍ରରେ ନଜର ଆସିଛନ୍ତି ଦୀପିକା । ଯାହାର ନାଁ ହେଉଛି ମାଲତୀ । ନିର୍ଭୟା ମାମଲାରୁ ଆରମ୍ଭ ହୋଇଥିବା ଏହି ଟ୍ରେଲର୍ରେ ମାଲତୀଙ୍କ ସମ୍ପୂର୍ଣ୍ଣ ସଂଘର୍ଷର କାହାଣୀ ଦେଖିବାକୁ ମିଳିଛି । ତେବେ ଟ୍ରେଲରରେ ଏମିତି ଅନେକ ସିନ୍‌ ଅଛି ଯାହାକୁ ଦେଖିଲେ ଛାତି ଥରି ଉଠିବ ।

ଦୀପିକାଙ୍କ ଦମଦାର ଅଭିନୟ, ଲୁକ୍‌, ଡାଏଲଗ୍‌ ଏବଂ ଜଣେ ଏସିଡ୍‌ ପୀଡ଼ିତାଙ୍କ କାହାଣୀ ଆପଣଙ୍କୁ ଭିତରୁ ଦୋହଲାଇ ଦେବ । ଫିଲ୍ମରେ ଦୀପିକାଙ୍କ ବିପକ୍ଷରେ ନଜର ଆସିିଛନ୍ତି ବିକ୍ରାନ୍ତ ମେସୀ । ରିଲିଜ୍‌ ହେବା ପରଠାରୁ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି ଏହି ଟ୍ରେଲର । ଦିଲ୍ଲୀର ଏସିଡ୍‌ ଆଟାକ୍‌ ସରଭାଇଭର୍‌ ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ଙ୍କ ଜୀବନ ଉପରେ ଆଧାରତ ଫିଲ୍ମ ଛପାକ୍‌ । ଫିଲ୍ମଟି ୧୦ ଫେବ୍ରୁଆରୀ ୨୦୨୦ରେ ରିଲିଜ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.