ଯାଜପୁର: କଳିଙ୍ଗନଗରରେ ତୃତୀୟ କଳିଙ୍ଗନଗର ମହୋତ୍ସବ-୨୦୧୯ ଉଦ୍‌ଘାଟିତ

ଯାଜପୁର କଳିଙ୍ଗନଗରରେ ତୃତୀୟ କଳିଙ୍ଗନଗର ମହୋତ୍ସବ-୨୦୧୯ ଉଦ୍‌ଘାଟିତ। ଉତ୍ସବମୁଖର ତେଲିବାହାଳିର ମହାଦେଈପାଟ ପଡିଆ। ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ। ଚଳିତ ବର୍ଷର ଏହି ମହୋତ୍ସବକୁ ସମସ୍ତ ଦିବ୍ୟାଙ୍କମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଉଦଘାଟନୀ ଉତ୍ସବରେ ଭାରପ୍ରାପ୍ତ ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲାର ଅନ୍ୟ ବିଧାୟକ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ରାଜ୍ୟର ଦିବ୍ୟାଙ୍ଗମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମେଳାରେ ଶିଳ୍ପାନୁଷ୍ଠାନ ଓ ବିଭିନ୍ନ କ୍ଷୁଦ୍ର ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ଅନେକ ଷ୍ଟଲ ଖୋଲିଛି। ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଶୀତୁଆ ରାତିରେ ଓଲିଉଡ୍‌ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ସଙ୍ଗୀତର ତାଳେ ତାଳେ ଝୁମୁଛନ୍ତି ଦର୍ଶକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.